ଦିନକ ପରେ ସରୁଛି ଆଂଶିକ ଲକ୍‌ଡାଉନ୍, କଟକଣା ମୁକ୍ତ ହେବ କି ସାରା ରାଜ୍ୟ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

ଦିନକ ପରେ ସରୁଛି ଆଂଶିକ ଲକ୍‌ଡାଉନ୍, କଟକଣା ମୁକ୍ତ ହେବ କି ସାରା ରାଜ୍ୟ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୧୬ରେ ସରୁଛି ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ କଟକଣା ଅବଧି। ତେବେ ଜୁଲାଇ ୧୬ ପରେ କଟକଣାମୁକ୍ତ ହେବ କି ରାଜ୍ୟ ?  ସମ୍ପୂର୍ଣ୍ଣ ଅନ୍‌ଲକ୍‌ ନା କାଟାଗୋରୀ A, B ଫର୍ମୁଲାରେ ଜାରି ରହିବ କଟକଣା ? ଏହା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷ କରି ସବୁ ଜିଲ୍ଲାରେ ଏଯାଏ ବସ୍ ସେବା ଆରମ୍ଭ ହୋଇନଥିବା ବେଳେ ଜିମ୍, ବିୟୁଟି ପାର୍ଲର, ମଲ୍ ଆଦି ବନ୍ଦ ରହିଛି।

ସାମଗ୍ରିକ  ଭାବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି କାଟେଗୋରୀ-B ଜିଲ୍ଲାରେ ଆସୁଥିବା କଟକ, ଖୋର୍ଦ୍ଧା ଓ ପୁରୀ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ। ତେଣୁ ଅନ୍‌ଲକ୍‌ ପ୍ରକ୍ରିୟାକୁ ଗଲାବେଳେ ଏହି ୨ ସହର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇପାରେ।

ଅନ୍ୟପକ୍ଷରେ, ଜୁଲାଇ ୧୫ ପରେ ବି ସାରା ରାଜ୍ୟରେ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସମ୍ଭାବନା ରହିଛି। ସେହିପରି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଭାସମିତିକୁ ଏବେ ଅନୁମତି ଦିଆଯାଇ ନପାରେ। ତେବେ ମଲ୍, ପାର୍ଲର, ସ୍ପା, ସାଲୁନ୍, ଜିମ୍, ସୁଇମିଂ ପୁଲ୍ ଓ ସବୁ ଜିଲ୍ଲାରେ ବସ୍ ଚଳାଚଳକୁ ଗାଇଡ୍‌ଲାଇନ୍‌ ସହ ଖୋଲିବାକୁ ଅନୁମତି ମିଳିପାରେ।

ସମ୍ଭାବ୍ୟ ତୃତୀୟ ଲହର ନେଇ ପ୍ରତିକ୍ରିୟା ରଖି ଏପରି ରଖିଛନ୍ତି DMET ସିବିକେ ମହାନ୍ତି। ସେ କହିଛନ୍ତି, କିଛି ଦେଶରେ ତୃତୀୟ ଲହର  ଆସିଥିବା ବେଳେ ଭାରତକୁ ଆସିନି ।  ।   ସବୁ ମହାମାରୀରେ ତୃତୀୟ, ଚତୁର୍ଥ ଲହର ଆସିପାରେ, ନୂଆ କଥା ନୁହେଁ ।

ଏବେ ଦେଶରେ କରୋନାର ଡାଉନ୍ ଟ୍ରେଣ୍ଡ୍ ରହିଛି । କେସ୍ ଲୋଡ୍, ସଂକ୍ରମଣକୁ ଦେଖି ସରକାର ଅନଲକ୍‌  ନିଷ୍ପତ୍ତି ନେବେ ବୋଲି କହିଛନ୍ତି  DMET

ଅପରପକ୍ଷେ, ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ତୃତୀୟ ଲହର ଆସୁ କି ନ ଆସୁ ସର୍ଭେଲାନ୍ସ ଓ ଟିକାକରଣ ଜାରି ରହିବ। କଟକ, ଭୁବନେଶ୍ୱର, ବାଲେଶ୍ୱର, ମୟୂରଭଞ୍ଜରେ ସଂକ୍ରମଣ ଅଧିକ ରହୁଛି। କଟକ, ଭୁବନେଶ୍ୱରରେ କିଭଳି ସଂକ୍ରମଣ କମିବ, ସେନେଇ ପଦକ୍ଷେପ ନିଆଯାଉଛି।ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। କିନ୍ତୁ ନଜର ରଖାଯାଇଛି। ମହାମାରୀରେ ଏମିତି ୱେଭ୍‌ ଆସେ, ତେବେ ମ୍ୟୁଟେସନ ଯୋଗୁ ସଂକ୍ରମଣ ନ କମି ବଢ଼ୁଛି। ସରକାରଙ୍କୁ ତଥ୍ୟ ଦିଆଯାଉଛି, ସରକାର ଯଥା ସମୟରେ ପଦକ୍ଷେପ ନେବେ।

The post ଦିନକ ପରେ ସରୁଛି ଆଂଶିକ ଲକ୍‌ଡାଉନ୍, କଟକଣା ମୁକ୍ତ ହେବ କି ସାରା ରାଜ୍ୟ ? appeared first on Odisha Reporter.



from Odisha Reporter https://ift.tt/36BVDnr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages