ନୂଆଦିଲ୍ଲୀ: ଦେଶରେ କୋଭିଡର ସମ୍ଭାବ୍ୟ ତୃତୀୟ ଲହର ରହିଛି। ଏହାରି ଭିତରେ ସାମାଜିକ ଦୂରତା ସହିତ କରୋନା ନିୟମ ମାନିବାକୁ କେନ୍ଦ୍ର ସରକାର ବାରମ୍ୱାର ସତର୍କ କରାଉଛନ୍ତି। କିନ୍ତୁ ଏହାରି ଭିତରେ ଉତ୍ତର ପ୍ରଦେଶ ସରକାର ବୋଲବମ ଯାତ୍ରାକୁ (Kanwar Yatra) ଅନୁମତି ଦେଇଛନ୍ତି। ଉତ୍ତରାଖଣ୍ଡ ମଧ୍ୟ ସମାନ ବୋଲବୋମ ଯାତ୍ରାକୁ ଅନୁମତି ଦେଇଥିଲା ହେଲେ ବିରୋଧ ପରେ ବାତିଲ ହୋଇଛି। ଏବେ ସୁପ୍ରିମକୋର୍ଟ ୟୁପି ସରକାରର ଏପରି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି।
ଜଷ୍ଟିସ ଆର,ଏଫ୍ ନରମିନ ନିଜେ ଏହି ମାମଲାକୁ ଗୁରୁତର ସହ ନେଇ ୟୁପି ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଜୁଲାଇ ୧୬ ଅର୍ଥାତ୍ ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।
COVID-19: SC takes note of UP govt's decision to allow 'Kanwar Yatra', issues notice to state
— Press Trust of India (@PTI_News) July 14, 2021
ଜଷ୍ଟିସ ନରିମନ କହିଛନ୍ତି ୟୁପି ସରକାର ବୋଲବୋମ ଯାତ୍ରା କରିବାକୁ ଅନୁମତି ଦେଇଥିବା ଖବର ଦେଖିବାକୁ ମିଳିଛି। ହେଲେ ଉତ୍ତରାଖଣ୍ଡ ସରକାର ଏପରି ଯାତ୍ରା ଉପରେ ରୋକ୍ ଲଗାଇ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ରୋକିବା ପାଇଁ କଟକଣା ଭିତରେ ସମସ୍ତ କାମ କରିବାକୁ କହୁଛନ୍ତି। ଏହାରି ଭିତରେ କିନ୍ତୁ ୟୁପି ସରକାର ବୋଲବମ ଯାତ୍ରାକୁ ଅନୁମତି ଦେଇଛନ୍ତି।
ଏହି ବେଞ୍ଚ ଏବେ ୟୁପି, ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ଜବାବ ରଖିବାକୁ କହିଛନ୍ତି। ଜୁଲାଇ ୨୫ରେ ବୋଲବମ ଯାତ୍ରା ରହିଛି। ତେଣୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି ଶୀଘ୍ର ହେବା ଦରକାର ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ସରକାର ଏହି ବୋଲବୋମ ଯାତ୍ରାକୁ ଅନୁମତି ଦେଇଥିଲେ। ହେଲେ ହାଇକୋର୍ଟ ଏହାକୁ ନେଇ ଗୁରୁତ୍ୱ ଦେବା ପରେ ମଙ୍ଗଳବାର ଉତ୍ତରାଖଣ୍ଡ ସରକାର ନିଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି। ହେଲେ ୟୁପି ସରକାର କିଛି କଟକଣା ସହିତ ବୋଲବୋମ ଯାତ୍ରାକୁ ଅନୁମତି ଦେଇଛନ୍ତି।
The post କେଉଁ ଆଧାରରେ ବୋଲବମକୁ ଅନୁମତି? ୟୁପି ଓ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ appeared first on Odisha Reporter.
from Odisha Reporter https://ift.tt/3hBnr1x
No comments:
Post a Comment