ମୁମ୍ବାଇ: ଗର୍ଭାବସ୍ଥାରେ ମଧ୍ୟ ନିଜକୁ ଫିଟ୍ ରଖିବାରେ ମାହିର ବି-ଟାଉନର ଅଭିନେତ୍ରୀ। ନିଜ ବଡିକୁ କିଭଳି ସେପ୍ରେ ରଖିବେ ସେ ନେଇ ପୁରା ଧ୍ୟାନ ରଖନ୍ତି। ଏଥିପାଇଁ କିଏ ଜିମ୍ରେ ଝାଳ ବୁହାନ୍ତି ତ ଆଉ କିଏ ଘରେ ଯୋଗ କରୁଛନ୍ତି। ଏବେ ଅଭିନେତ୍ରୀ ନେହା ଧୁପିଆ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି। ସେ ପ୍ରେଗନାଣ୍ଟ ଥାଇ ମଧ୍ୟ ଜିମ୍ରେ ଜୋରସୋରରେ ଲାଗିପଡିଛନ୍ତି କସରତ କରିବାରେ। ନିଜକୁ ଫିଟ୍ ରଖିବା ପାଇଁ ସେ ବୁହାଉଛନ୍ତି ଝାଳ।
ନେହା ଗର୍ଭବତୀ ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ହୋଇପଡିଛନ୍ତି। ସେ ନିକଟରେ ଜିମ୍ରେ ୱର୍କଆଉଟ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ନେହାଙ୍କ ଏହି ୱର୍କଆଉଟ୍ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ନେହାଙ୍କ ବେବି ବମ୍ପ ବାହାରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଅଙ୍ଗଦ ତାଙ୍କ ଇନ୍ଷ୍ଟାଗ୍ରାମ ଷ୍ଟାଟସ୍ରେ ସେଆର କରିଛନ୍ତି। ତାଙ୍କ ପ୍ରଶଂସକମାନେ ନେହାଙ୍କ ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି।
ଅଭିନେତ୍ରୀ ନେହା ଧୁପିଆ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ନିକଟରେ ସେ ନିଜେ ଇନ୍ଷ୍ଟାଗ୍ରାମରେ ସ୍ୱାମୀ ଅଙ୍ଗଦ ଏବଂ ଝିଅ ମେହରଙ୍କ ସହ ମିଶି ଏକ ଫଟୋ ଅପ୍ଲୋଡ୍ କରି ଏହାର ସୂଚନା ଦେଇଛନ୍ତି। ସୂଚନା ମୁତାବକ ୨୦୧୮ରେ ନେହା ଏବଂ ଅଙ୍ଗଦ ଦିଲ୍ଲୀରେ ସିକ୍ରେଟ୍ ବିବାହ କରିଥିଲେ।
View this post on Instagram
The post ଜିମ୍ରେ ଝାଳ ବୁହାଉଛନ୍ତି ଗର୍ଭବତୀ ନେହା appeared first on Odisha Reporter.
from Odisha Reporter https://ift.tt/3kJUJxq
No comments:
Post a Comment