ଉଦଳା(ମାନସ ପାଣି): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କ ଭୂମିକାକୁ ନେଇ ଲାଗି ରହିଛି ଚର୍ଚ୍ଚା। ମମତା, ବିଦ୍ୟାଭାରତୀଙ୍କ ସମ୍ପର୍କର ଖିଅ ଖୋଜୁଥିବା ପୁଲିସ୍ ଆଜି ମମତାଙ୍କୁ ପଚରାଉଚରା କରିବ ବୋଲି ଜଣାଯାଇଛି। ଉଭୟଙ୍କର ସମ୍ପର୍କ କିଛି ନାହିଁ ବୋଲି ପୂର୍ବରୁ ବିଦ୍ୟାଙ୍କ ବାପା କହିଥିବା ବେଳେ ଆଜି କିନ୍ତୁ କିଛି ଅଲଗା ବଖାଣିଛନ୍ତି ମମତାଙ୍କ ଶ୍ୱଶୁର।
ମମତାଙ୍କୁ ପୂର୍ବରୁ ଜାଣି ନ ଥିବା ବେଳେ କେବଳ ସେ କପ୍ତିପଦାର ବୋହୂ ବୋଲି ସାହାଯ୍ୟ ମାଗିଥିବା ଗଣମାଧ୍ୟମ ସମ୍ମୁଖରେ ସଫେଇ ଦେଇଆସୁଛନ୍ତି ବିଦ୍ୟାଭାରତୀଙ୍କ ବାପା। ହେଲେ ଉଭୟ ପରସ୍ପରକୁ ପୂର୍ବରୁ ଭଲ ଭାବେ ଜାଣିଥିବା କହିଛନ୍ତି ମମତାଙ୍କ ଶ୍ୱଶୁର ।
ଏନେଇ ସେ କହିଛନ୍ତି, ବିଦ୍ୟାଭାରତୀଙ୍କ ମାମୁଁ ଘର ଏବଂ ମମତା ପଣ୍ଡାଙ୍କ ଘର ଗୋଟିଏ ଗାଁରେ ଓ ପାଖାପାଖି ଅବସ୍ଥିତ । ପୂର୍ବରୁ ବିଦ୍ୟାଭାରତୀଙ୍କ ପରିବାର ସହିତ ମମତା ପଣ୍ଡାଙ୍କ ଶ୍ୱଶୁର ଘର ଲୋକଙ୍କ ସଂପର୍କ ଭଲ ରହିଥିଲା । ହେଲେ ତାହା ଆଉ ପୂର୍ବ ଭଳି ନାହିଁ । ତେବେ ବିଦ୍ୟାଭାରତୀ ତାଙ୍କ ମାମୁଁ ଘର କପ୍ତିପଦାକୁ ଯାଇଥିବା ବେଳେ ସେଠାରେ ମମତାଙ୍କ ସହିତ ତାଙ୍କର ଦେଖା ହୋଇ ସଂପର୍କ ହୋଇଥିଲା । ଏପରିକି ଅନେକ ସମୟରେ ଉଭୟ କଥାବାର୍ତ୍ତା ହୁଅନ୍ତି ।
ମମତାଙ୍କ ବିବାହକୁ ୪ ରୁ ୫ ମାସ ହୋଇଥିବା ବେଳେ ମମତା ଏବେ ଗୁରାଣ୍ଡି ଥାନାରେ ଚାକିରୀ କରି ବାହାରେ ରହୁଛନ୍ତି । ପୂର୍ବ ସଂପର୍କ ଅନୁସାରେ ଘଟଣା ଦିନ ବିଦ୍ୟାଭାରତୀ ମମତାଙ୍କର ସାହାଯ୍ୟ ମାଗିଥିବେ ବୋଲି କହିଛନ୍ତି ତାଙ୍କ ଶ୍ୱଶୁର ।
ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ତନାଘନା ଚଳାଇଥିବା କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚିଥିବା ଜଣାପଡ଼ିଛି । ସୌମ୍ୟରଂଜନଙ୍କ ମୃତ୍ୟୁ ପରଠୁ ସନ୍ଦେହ ଘେରରେ ଅଛନ୍ତି ଡିଏଫ୍ଓ । ଆଜି ଡିଏଫ୍ଓ ସଂଗ୍ରାମୀ କେଶରୀ ବେହେରା ଓ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଜେରା କରାଯାଇପାରେ । ତାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ସୌମ୍ୟଙ୍କୁ ମେଡ଼ିକାଲ୍ ନେଉଥିବା ଆମ୍ବୁଲାନ୍ସକୁ ଅଟକାଇବାଠୁ ଆରମ୍ଭ କରି ବିଭିନ୍ନ ସମୟରେ ତଦନ୍ତ ବେଳେ ଅନ୍ୟ ଏକ ଥାନା ଅଂଚଳର ଓଆଇସି ମମତା ପଣ୍ଡା କାହିଁକି ଉପସ୍ଥିତ ଥିଲେ ବୋଲି ପ୍ରଶ୍ନ କରିଥିଲେ ସୌମ୍ୟଙ୍କ ବାପା । ନିଜ ଏରିଆ ହୋଇ ନ ଥିବା ବେଳେ କାହା ନିର୍ଦ୍ଦେଶରେ ମମତା ପାରଳାଖେମୁଣ୍ଡି ମେଡିକାଲ ଯାଇଥିଲେ, ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଗଜପତି ଏସ୍ପି। ତେବେ ପୋଲିସର ତଦନ୍ତ ଉପରେ ଭରସା ଅଛି ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର ।
ଆଗରୁ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ବାଲେଶ୍ୱର ଯାଇ ସୌମ୍ୟଙ୍କ ପରିବାର ଓ ମୟୂରଭଂଜ ଜିଲ୍ଲା କପ୍ତିପଦା ଗୌଡ଼ଗାଁକୁ ଯାଇ ବିଦ୍ୟାଭାରତୀଙ୍କୁ ପଚରା ଉଚରା କରିଥିଲେ ଏହା ପରେ ପାରଳାଖେମୁଣ୍ଡି ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଆଲୋଚନା କରିଥିଲେ ।
The post ‘ବିଦ୍ୟା, ମମତାଙ୍କ ସମ୍ପର୍କ ବହୁତ ପୁରୁଣା’ appeared first on Odisha Reporter.
from Odisha Reporter https://ift.tt/3rrZtJA
No comments:
Post a Comment