ସଂଜୟଙ୍କର ପୁଣି ଥରେ ହେବ ପୋଷ୍ଟମର୍ଟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 21, 2021

ସଂଜୟଙ୍କର ପୁଣି ଥରେ ହେବ ପୋଷ୍ଟମର୍ଟମ

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ପଞ୍ଚାୟତର ସଂଜୟ ଦାସଙ୍କ ମୃତଦେହର ପୁଣି ଥରେ ପୋଷ୍ଟମର୍ଟମ ହେବ।  ପ୍ରାୟ ଆଠ ଦିନ ତଳେ ତାମିଲନାଡୁରେ ସଂଜୟଙ୍କର ମୃତ୍ୟୁ ହୋଇଥିଲା। ସେଠାକୁ ସେ ଦାଦନ ଖଟିବାକୁ ଯାଇଥିଲେ।  ଆମ୍ବୁଲାନ୍ସରେ ସେଠାରୁ ମୃତଦେହ ଆସି ଗାଁରେ ପହଞ୍ଚିବା ପରେ ପ୍ରାୟ ୩ ଦିନ ଧରି ଆମ୍ବୁଲାନ୍ସରେ ହିଁ ପଡ଼ି ରହିଥିଲା। ପରିବାର ଲୋକେ ଅଭିଯୋଗ କରିଥିଲେ, ତାଙ୍କ ପୁଅକୁ ହତ୍ୟା କରାଯାଇଛି ।

ଏପରିକି ଆମ୍ବୁଲାନ୍ସରେ ମୃତଦେହ ଧରି ଆସିଥିବା ୩ ଜଣଙ୍କୁ ସେମାନେ ଅଟକ ରଖିଥିଲେ ।  ବାହାନଗା ତହସିଲଦାର ଓ ସୋର ପୁଲିସ ସେହି ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଛନ୍ତି।  ଏହା ପରେ ୩ ଅଟକ ମୁକ୍ତ ହୋଇଛନ୍ତି । ସୂଚନା ଅନୁଯାୟୀ, ୩୫ ବର୍ଷର ସଞ୍ଜୟ କୁମାର ଦାସ ଦାଦନ ଖଟିବାକୁ ଯାଇଥିବା ବେଳେ ତାମିଲନାଡୁରେ ମୃତ୍ୟୁ ହୋଇଛି।

ସଞ୍ଜୟଙ୍କୁ  କିଛିଦିନ ପୂର୍ବରୁ ଭଦ୍ରକ ଅଞ୍ଚଳର ଜଣେ ଠିକାଦାର ଦାଦନ ଖଟାଇବା ପାଇଁ ତାମିଲନାଡୁ ନେଇଥିଲେ l ସଞ୍ଜୟଙ୍କର ଆଜକୁ ୮ ଦିନ  ହେବ ମୃତ୍ୟୁ ହୋଇଯାଇଛି l ଠିକାଦାର ତାଙ୍କୁ ମାରିଦେଇଥିବା ପରିବାର ଲୋକେ  ଅଭିଯୋଗ ଆଣିଛନ୍ତି।  l ଅନ୍ୟପଟେ ଠିକାଦାର ଜଣକ ୩ଜଣ ପିଲାଙ୍କ ସହିତ ସଞ୍ଜୟଙ୍କର ଶବକୁ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କ ଘରକୁ ପଠାଇଥିଲେ l

The post ସଂଜୟଙ୍କର ପୁଣି ଥରେ ହେବ ପୋଷ୍ଟମର୍ଟମ appeared first on Odisha Reporter.



from Odisha Reporter https://ift.tt/2W3nXgx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages