ରାଜ୍ୟରେ ୨୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ, ଆଉ ୪୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 3, 2021

ରାଜ୍ୟରେ ୨୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ, ଆଉ ୪୨ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୫୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୨୧୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ କରୋନାରେ ଆଉ ୪୨ ଜଣଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୪୪୦ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮୪, ବାଲେଶ୍ୱରରୁ ୨୪୦, ଯାଜପୁରରୁ ୧୯୧, ପୁରୀରୁ ୧୬୫, ମୟୂରଭଞ୍ଜରୁ ୧୬୪, କେନ୍ଦ୍ରାପଡ଼ାରୁ ୧୫୭, ଜଗତସିଂହପୁରରୁ ୧୧୨, ନୟାଗଡ଼ରୁ ୧୦୫ ଓ ଭଦ୍ରକ ଜିଲ୍ଲାରୁ ୧୨୮ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୪, ବଲାଙ୍ଗିରରୁ ୨୯, ବୌଦ୍ଧରୁ ୧୩, ଦେବଗଡ଼ରୁ ୫, ଢେଙ୍କାନାଳରୁ ୮୫, ଗଜପତିରୁ ୭, ଗଞ୍ଜାମରୁ ୧୧, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୨୫, କେନ୍ଦୁଝରରୁ ୬୬, କୋରାପୁଟରୁ ୬୦, ମାଲକାନଗିରିରୁ ୫୭, ନବରଙ୍ଗପୁରରୁ ୩୫, ନୂଆପଡ଼ାରୁ ୭, ରାୟଗଡ଼ାରୁ ୫୦, ସମ୍ବଲପୁରରୁ ୨୩, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୮୭ ଓ ଷ୍ଟେଟ୍‌ ପୁଲ୍‌ରୁ ୬୦ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ୪୨ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮ ଜଣ ଥିବା ବେଳେ ବରଗଡ଼ରୁ ୫, ସୁନ୍ଦରଗଡ଼ରୁ ୪, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଗଞ୍ଜାମରୁ ୩ ଜଣ ଲେଖାଏଁ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, ପୁରୀ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୧୫୨, ସୁନ୍ଦରଗଡ଼ରେ ୩୬୭, ଅନୁଗୋଳରେ ୧୮୨, ଢେଙ୍କାନାଳରେ ୭୪, ଗଞ୍ଜାମରେ ୩୪୮, ଜଗତସିଂହପୁରରେ ୭୭୭, ଯାଜପୁରରେ ୪୪, ଝାରସୁଗୁଡ଼ାରେ ୧୨୮, କଳାହାଣ୍ଡିରେ ୧୭୪, କେନ୍ଦୁଝରରେ ୭୪, ନୟାଗଡ଼ରେ ୧୦୭, ପୁରୀରେ ୨୪୨ ଓ ସମ୍ବଲପୁର ଜିଲ୍ଲାରେ ୧୩୦କୁ ବୃଦ୍ଧି ପାଇଛି।

୨୮୭୦ଟି ନୂଆ ମାମଲା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୮୭ ହଜାର ୪୨୦ ଜଣ ସୁସ୍ଥ ହୋଇସାରିଛନ୍ତି। ୩୦ ହଜାର ୨୨୭ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ୨୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ, ଆଉ ୪୨ ମୃତ appeared first on Odisha Reporter.



from Odisha Reporter https://ift.tt/3yoWxiX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages