ଦେଶରେ ୪୦ ହଜାର ଉପରେ ପଜିଟିଭ୍‌, ୧ ହଜାର ତଳେ ମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 3, 2021

ଦେଶରେ ୪୦ ହଜାର ଉପରେ ପଜିଟିଭ୍‌, ୧ ହଜାର ତଳେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ୪୩ ହଜାର ୭୧ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ସେହିପରି ଘାତକ ଭୂତାଣୁ ୯୫୫ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ ଏଯାଏଁ ମୋଟ ୪ ଲକ୍ଷ ୨ ହଜାର ୫ ଜଣଙ୍କ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ବର୍ତ୍ତମାନ ୪ ଲକ୍ଷ ୮୫ ହଜାର ୩୫୦ ସକ୍ରିୟ ମାମଲା ରହିଛି । ଯାହା ମୋଟ ସଂକ୍ରମଣ ମାମଲାର ୧.୫୯ ପ୍ରତିଶତ।

ତେବେ ଆଶ୍ୱାସନାର କଥା ହେଉଛି ଯେ, ଲଗାତର ୫୨ ଦିନ ପାଇଁ ଦେଶରେ ସଂକ୍ରମଣ ଅପେକ୍ଷା ସୁସ୍ଥତା ହାର ଅଧିକା ରହିଛି। ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫୨ ହଜାର ୨୯୯ ଆକ୍ରାନ୍ତ। ଦେଶରେ କରୋନାରୁ ସୁସ୍ଥତା ହାର ଏବେ ୯୭.୯ ପ୍ରତିଶତରେ ପହଁଚିଛି।

ସେହିପରି ସାପ୍ତାହିକ ସଂକ୍ରମଣ ହାର ବର୍ତ୍ତମାନ ୨.୪୪ ପ୍ରତିଶତ ଥିବା ବେଳେ ଦୈନିକ ସଂକ୍ରମଣ ହାର ୨.୩୪ ପ୍ରତିଶତ ରହିଛି। ଲଗାତର ୨୭ ଦିନ ପାଇଁ ୫ ପ୍ରତିଶତ ତଳେ ରହିଛି ଦୈନିକ ସଂକ୍ରମଣ ହାର। ଜୁଲାଇ ୩ ତାରିଖ ସୁଦ୍ଧା ସାରା ଦେଶରେ ୪୧ କୋଟି ୮୨ ଲକ୍ଷ ୫୪ ହଜାର ୯୫୩ ଟି ଟେଷ୍ଟ କରାଯାଇଛି। ଗତକାଲି ହିଁ ୧୮ ଲକ୍ଷ ୩୮ ହଜାର ୪୯୦ ଟି ନମୂନା ପରୀକ୍ଷା କରାଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ମିଳିଛି।

The post ଦେଶରେ ୪୦ ହଜାର ଉପରେ ପଜିଟିଭ୍‌, ୧ ହଜାର ତଳେ ମୃତ୍ୟୁ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3qKgBd6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages