ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ବନଖଣ୍ଡର ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ଗାଁରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀକୁ ଆନୁମାନିକ ୧୦ ବର୍ଷ ହୋଇଥିବ ବୋଲି ବନବିଭାଗ ସୂଚନା ଦେଇଛି ।
ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ହାତୀଟି ଏହା ସଂସ୍ପର୍ଶରେ ଆସି ଜୀବନ ହରାଇଥିବା ଅନୁଗୋଳ ଡିଏଫ୍ଓ ସୂଚନା ଦେଇଛନ୍ତି। ଏହା ସହିତ ଏହି ଘଟଣାରେ ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଘଟଣାସ୍ଥଳରୁ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ୍ ତାର ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ।
ଆଜି ସକାଳେ ହାତୀଟି ମରି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଏହ ପରେ ବନବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।
The post ବିଦ୍ୟୁତ୍ ନେଲା ଦନ୍ତାର ଜୀବନ appeared first on Odisha Reporter.
from Odisha Reporter https://ift.tt/3jZfJAb
No comments:
Post a Comment