ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ନୂଆ ରୂପରେ ଝଟକୁଛନ୍ତି ମହାପ୍ରଭୁ। ଆସନ୍ତା ସୋମବାର ରଥ ଯାତ୍ରା। ଏହାକୁ ଆଖି ଆଗରେ ରଖି ରବିବାର ରାତ୍ର ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ବଳବତ୍ତର ରହିବ । ୨ ଦିନ କର୍ଫ୍ୟୁ ଲାଗିବାକୁ ଥିବାରୁ ଆସନ୍ତାକାଲି ଅର୍ଥାତ ଶନିବାର ଶଟଡାଉନ୍ କଟକଣା ପୁରୀରେ ଲାଗୁ ହେବ ନାହିଁ।
ମହାପ୍ରଭୁଙ୍କର ନବଯୌବନ ଦର୍ଶନ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛି । ତେବେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।
ଆଜି ସକାଳୁ ଚକାଅପସର ନୀତି କରାଯିବା ପରେ ମଙ୍ଗଳଆରତୀ ଅବକାଶ ପରେ ଦଶଅବତାର ଠାକୁର ବାହୁଡା ବିଜେ କରିବେ । ତାପରେ ନବଯୌବନ ଦର୍ଶନ ବିଧି ରହିଛି । ସର୍ବାଙ୍ଗ ଓ ବନ୍ଦାପନା ପରେ ନେତ୍ରୋତ୍ସବ ବନ୍ଦାପନା କରାଯିବ ।
ଦୀର୍ଘ ୧୫ଦିନ ପରେ ପତିତପାବନଙ୍କୁ ଦେଖିବାର ସୁଯୋଗ ପାଇବେ ଭକ୍ତ । ଯେହେତୁ ଚତୁଦ୍ଧାମୁରତୀଙ୍କୁ ଦର୍ଶନ ନାହିଁ, ଆଖିପୁରାଇ ପତିତପାବନଙ୍କ ଦର୍ଶନ କରିବେ ଭକ୍ତ ।
ଅନ୍ୟପଟେ ଗତକାଲି ଚତୁର୍ଦ୍ଦଶୀ ତିଥିରେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେନୀତି ସମାପନ ହୋଇଛି । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଖଡ଼ି ପ୍ରସାଦ ଲାଗି ପରେ ପୂର୍ଣ୍ଣ ଅଣସର ଗୁପ୍ତ ସେବା ନୀତି ଶେଷ ହୋଇଛି । ଏପଟେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥ କନା ମୁଣ୍ଡଣି କାର୍ଯ୍ୟ କରାଯାଉଛି ।
ଏନେଇ ବିନାୟକ ଦାସମହାପାତ୍ର କହିଛନ୍ତି, ସମସ୍ତ ନିତୀକାନ୍ତି ଶୃଙ୍ଖଳାର ସହ ଚାଲିଛି। ମହାପ୍ରଭୁଙ୍କ ଘୋଷଯାତ୍ରା ସୁରୁଖୁରୁରେ କିପରି ହେବ, ମହାପ୍ରଭୁ କିପରି ରତ୍ନ ସିଂହାସନକୁ ଫେରିବେ ସେଥିପାଇଁ ସମସ୍ତେ ପ୍ରାଣପଣେ ଲାଗିଛନ୍ତି
The post ରବିବାରଠୁ ପୁରୀରେ କର୍ଫ୍ୟୁ, କାଲି ଲାଗୁ ହେବନି ଶଟଡାଉନ୍ appeared first on Odisha Reporter.
from Odisha Reporter https://ift.tt/2VnNFMy
No comments:
Post a Comment