କେନ୍ଦୁଝର(ପ୍ରଣୟ ପାଣି): ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ବହୁ ଅଧିବାସୀ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣକ ପରେ ଜଣଙ୍କ ଜୀବନ ଯାଉଛି ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳକାଇଁସାରୀ ପଞ୍ଚାୟତ ଅନ୍ତର୍ଗତ ଉପର କଇଁସାରୀ ଗ୍ରାମରେ । ଚେଙ୍କ ଚିକିତ୍ସା ପାଇଁ ଏହି ଗ୍ରାମର ବିକାଶ ଦେହୁରୀ ମାତ୍ର ୩୪ ବର୍ଷରେ ପ୍ରାଣ ହରାଇଛନ୍ତି । ଯକ୍ଷ୍ମାରୋଗରେ ଆକ୍ରାନ୍ତ ବିକାଶ ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ମାତ୍ର ସେଠାରେ ଉପଯୁକ୍ତ ଚିକିତ୍ସା ମିଳି ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।
ଏହାପରେ ଘରକୁ ଫେରିବା ପରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ବିକାଶ ଚେଙ୍କ ଚିକିତ୍ସା କଲେ ଉପଶମ ମିଳିବ ଭାବି ପରିବାର ଲୋକଙ୍କୁ କହିଥିଲେ। ଏହାପରେ ତାଙ୍କର ଚେଙ୍କ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ଶରୀରରେ ପ୍ରାୟ ୫ଶହରୁ ଅଧିକ ଚେଙ୍କ ଦିଆଯାଇଥିଲା ।
ଯକ୍ଷ୍ମା ସହ ଚେଙ୍କ ଯନ୍ତ୍ରଣା ଅସହ୍ୟ ହେବାରୁ ଶେଷରେ ଗତକାଲି ଆଖି ବୁଜିଛନ୍ତି ବିକାଶ । ତାଙ୍କ ସ୍ତ୍ରୀ ଦ୍ରୌପଦୀ ଦେହୁରୀ ଏବଂ ଦୁଇ ଛୋଟଛୋଟ ପୁଅ ଏବେ ବେସାହାରା ହୋଇଯାଇଛନ୍ତି ।
The post ଯକ୍ଷ୍ମାରୁ ରକ୍ଷା ପାଇବାକୁ ଦିଆଯାଇଥିଲା ୫୦୦ ଚେଙ୍କ, ଶେଷରେ… appeared first on Odisha Reporter.
from Odisha Reporter https://ift.tt/3dXrD9I
No comments:
Post a Comment