ରାଉରକେଲା(ଓଡ଼ିଶା ରିପୋର୍ଟର): ଦୂର ସ୍ଥାନକୁ ଟ୍ରେନ୍ରେ ଯାତ୍ରା କଲା ବେଳେ ସମସ୍ତଙ୍କର ମନ ଥାଏ, ଫାଷ୍ଟ କ୍ଲାସ ଏସିରେ ଯାତ୍ରା କରିବାକୁ । ଟ୍ରେନଟା ସଫାସୁତୁରା ହୋଇଥିବ । ଭଲ ଖାଇବାକୁ ମିଳିବ । ଦୂର ସ୍ଥାନକୁ ଯିବାଟା ଆରାମଦାୟକ ହୋଇଥିବ। ଏବେ ଏହି କନସେପଟକୁ ନେଇ ରାଉରକେଲାରେ ହୋଇଛି ଏକ ସୁନ୍ଦର ହୋଟେଲ ।
ଏସି ବଗି ଭଳି ହୋଟେଲରେ ରହିବା ଆଉ ଖାଇବାର ସୁବିଧା ମିଳୁଛି । ଦାମ ବି ପକେଟ୍କୁ ସୁହାଉଛି। ମାତ୍ର ୨୫୦ ଟଙ୍କାରେ ମିଳୁଛି ଏପରି ସୁବିଧା। ତେବେ ଏଠି କେବଳ ପୁରୁଷ ମାନେ ହିଁ ରହିପାରିବେ।
ଗତ କିଛି ମାସ ହେବ ରାଉରକେଲାରେ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଏଭଳି ଏକ ନିଆରା ହୋଟେଲ । ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଦୁଇଟି ଫ୍ଳୋରରେ ଚାଲିଛି ଏ ହୋଟେଲ । ଏସି କୋଚ ଭଳି ସିଟର ନମ୍ବର ରହିଛି । ବେଡ ବି ଅଛି । ତା ସହିତ ମୋବାଇଲ ଚାର୍ଜର, ବେଡ ଉପରେ ଛୋଟିଆ ଲକର ଆଦିର ବ୍ୟବସ୍ଥା ମଧ୍ୟ ହୋଇଛି। ହେଲେ ଏ କୌଣସି ଟ୍ରେନର ବଗି ନୁହେଁ, ଇଏ ହେଉଛି ଏକ ହୋଟେଲ । ମୋତେ ଏଠାକୁ ଆସି ବହୁତ ଭଲ ଲାଗୁଛି। ବହୁତ ସଫା ରହୁଛି। ଏସି ଟ୍ରେନରେ ଯାତ୍ରା କଲା ପରି ଲାଗୁଛି ବୋଲି କହିଛନ୍ତି ଦିନେଶ ଶର୍ମା ନାମକ ଗ୍ରାହକ।
ଲୋକଙ୍କ ପକେଟକୁ ଦେଖି ଏହାର ଚାର୍ଜ ମଧ୍ୟ ରହିଛି । ଲୋକଙ୍କୁ ହୋଟେଲରେ ଏସି କୋଚର ମଜା ଦେବା ପାଇଁ ସମସ୍ତ ବ୍ୟବସ୍ଥା ବି ହୋଇଛି । ତେବେ ଏଠି କେବଳ ପୁରୁଷମାନେ ହିଁ ରହିପାରିବେ। ଆଗକୁ ମହିଳାମାନଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି। ସବୁ ବର୍ଗର ପକେଟକୁ ସୁହାଇଲା ପରି ହୋଇଛି ଏହି ହୋଟେଲ। କରୋନା ପାଇଁ ହୋଟେଲ କର୍ତ୍ତୃପକ୍ଷ ସାନିଟାଇଜ ବ୍ୟବସ୍ଥା ଉପରେ ବେଶି ଗୁରୁତ୍ୱ ଦେଇଛନ୍ତି । ଗ୍ରାହକ ବି ଏଠିକି ଆସି ବେଶ ଖୁସି ।
ଏନେଇ ହୋଟେଲ ମାଲିକ ଅଶୋକ ଛଟୱାନି କହିଛନ୍ତି, ମୁଁ ବମ୍ବେ ଯାଇଥିଲି। ସେଠାରେ ମୋ ପର୍ସ ଚୋରି ହୋଇଥିବା ବେଳେ ମୁଁ ଏପରି ବ୍ୟବସ୍ଥା ଥିବା ଏକ ହୋଟେଲରେ ରହିଥିଲି। ସେବେଠୁ ଭାବିଥିଲି ଏପରି ଏକ ହୋଟେଲ କରି ଲୋକଙ୍କୁ କମ୍ ଟଙ୍କାରେ ସବୁ ସୁବିଧା ଦେବି। ଏବେ ସବୁ ବର୍ଗର ଲୋକଙ୍କ ପକେଟକୁ ସୁହାଉଛି ଏହି ହୋଟେଲ। ଟ୍ରେନରେ ଯାତ୍ରା ବେଳେ ଏସି ବଗିରେ ଯେଉଁ ସୁବିଧା ମିଳେ, ତାହା ଏଠାରେ ଏସି ହୋଟେଲରେ ମିଳୁଛି। ଲୋକେ ଖୁସିରେ ଏଠାକୁ ଆସୁଛନ୍ତି ଓ ଭଲ ଅନୁଭୂତି ନେଇ ଯାଉଛନ୍ତି।
The post ହୋଟେଲରେ ମିଳୁଛି ଏସି ବଗିର ସୁବିଧା, ଚାର୍ଜ ବି ପକେଟ ଫ୍ରେଣ୍ଡଲି appeared first on Odisha Reporter.
from Odisha Reporter https://ift.tt/2UTe84f
No comments:
Post a Comment