ନୂଆଦିଲ୍ଳୀ: ବଦଳିଲା ପାଗର ମିଜାଜ। ବର୍ଷାରେ ପାଣି ପାଣି ହୋଇଛି ରାଜଧାନୀ। ମୁମ୍ବାଇ ପରେ ଏବେ ପଡିଛି ରାଜଧାନୀ ଦିଲ୍ଲୀର ପାଳି। ଗରମରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ହେଲେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଏବଂ ତା’ର ଆଖପାଖର ଅନେକ ଅଞ୍ଚଳରେ ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ ଭଳି ସମସ୍ୟା ସୃଷ୍ଟି ହୋଇଛି। ରାସ୍ତାରେ ଗାଡିଗୁଡିକର ଲମ୍ବା ଲାଇନ୍ ଲାଗିଛି।
ଦିଲ୍ଲୀ ଏନ୍ସିଆର୍ ସମତେ ଦିଲ୍ଲୀ ଓ ୟୁପୁକୁ ଯୋଡୁଥିବା ସଡକରେ ମଧ୍ୟ ପାଣି ଭର୍ତ୍ତି ହୋଇଛି। ଆଗାମୀ ୭୨ ଘଣ୍ଟା ଯାଏଁ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ଅନୁମାନ କରିଛି।
କେବଳ ଦିଲ୍ଲୀ ନୁହେଁ ଗୁଜରାଟରେ ମଧ୍ୟ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ପ୍ରବଳ ଜୋର୍ରେ ପବନ ବହିବା ସହ ଜୋରଦାର ବର୍ଷା ହୋଇଛି। ଗୁଜରାଟର ବଲସାଡ ଅଞ୍ଚଳର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି । ବର୍ଷାକୁ ଦେଖି ହାଇଅଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨୧ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ଚେତାବନୀ ଦେଇଛି।
The post ବର୍ଷାରେ ବେହାଲ ରାଜଧାନୀ, ଟ୍ରାଫିକ ଜାମ୍ appeared first on Odisha Reporter.
from Odisha Reporter https://ift.tt/3rjtzPf
No comments:
Post a Comment