ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର

ବରଗଡ଼ (ଓଡ଼ିଶା ରିପୋର୍ଟର): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ସହର ନିକଟସ୍ଥ ପଥର୍ଲା ଛକରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା।

ମୃତକମାନେ ହେଲେ ଜ୍ୟୋତିରଞ୍ଜନ ସାହୁ ଓ ହେମାନନ୍ଦ ପ୍ରଧାନ। ଜ୍ୟୋତିରଞ୍ଜନଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମହଲା ଗାଁରେ। ସେହିପରି ହେମାନନ୍ଦଙ୍କ ଗାଁ ବରଗଡ଼ର ସୋହେଲାର ତୁଷୁରା ଗାଁରେ। ଗୁରୁତର ଆହତ ୨ ଜଣ ହେଲେ ସୁନୀଲ ବାଗ ଓ ଧ୍ୟାନଚାନ୍ଦ ଝାଙ୍କର।

ପଦ୍ମପୁରରେ ଫରେଷ୍ଟର ଥିବା ଜ୍ୟୋତିରଞ୍ଜନ ଓ ଧ୍ୟାନଚାନ୍ଦ ଗତକାଲି ରାତିରେ ଗୋଟିଏ ବାଇକ୍‌ରେ ବରଗଡ଼ ଅଭିମୁଖେ ଆସୁଥିଲେ। ସେମାନେ ଏକ ଢାବାରେ ଖାଇବାକୁ ଆସୁଥିଲେ। ଏହି ସମୟରେ ଅନ୍ୟ ଏକ ବାଇକ୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଉକ୍ତ ବାଇକ୍‌ରେ ହେମାନନ୍ଦ ପ୍ରଧାନ ଓ ସୁନୀଲ ବାଗ୍ ଥିଲେ।

ଜ୍ୟୋତିରଞ୍ଜନ ଓ ହେମାନନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ ବି ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

The post ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3hOej9X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages