କମାଲ୍ କରିଦେଲେ ଜୁନିୟର୍ ମୀରାବାଈ ଚାନୁ! ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 27, 2021

କମାଲ୍ କରିଦେଲେ ଜୁନିୟର୍ ମୀରାବାଈ ଚାନୁ! ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟୋକିଓରେ ଚାଲିଛି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ଗେମ୍ସ। ସାରା ଦୁନିଆର ଆଥଲେଟ୍ ଏହି ଗେମ୍ସରେ ନିଜ ନିଜର କ୍ରୀଡ଼ା ପ୍ରତିଭା ଦେଖାଉଛନ୍ତି। ଟୋକିଓରେ ଭାରତ ପାଇଁ ଏପର୍ଯ୍ୟନ୍ତ ଏକମାତ୍ର ପଦକ ଜିତିଛନ୍ତି ଭାରୋତ୍ତୋଳକ ମୀରାବାଈ ଚାନୁ, ଯିଏ ୪୯ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ତାଙ୍କର ଏହି ବଡ଼ ସଫଳତା ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବଧେଇ ଜଣାଇଛନ୍ତି। ଚାନୁଙ୍କ ପଦକ ଜିତିବା ପରେ ତାଙ୍କର ଏବେ ଅଗଣିତ ଫ୍ୟାନ୍ ମଧ୍ୟ ହୋଇସାରିଛନ୍ତି। ଏହି ଫ୍ୟାନ୍ ତାଲିକାରେ ଜଣେ କୁନି ଝିଅ ସାମିଲ୍ ହୋଇଛି।

ସୋଶାଲ ମିଡିଆରେ କୁନି ଝିଅର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ଏହି କୁନି ଝିଅଟି ଟିଭିରେ ମୀରାବାଈ ଚାନୁଙ୍କ ନକଲ କରୁଛି। ପିଲାଟି ପ୍ରଥମେ ଟୋକିଓ ଅଲିମ୍ପିକ୍ସରେ ମୀରାବାଈ ଚାନୁ କିପରି ଭାରୋତ୍ତଳନ କରୁଛନ୍ତି, ତାହା ଦେଖୁଛି ଏବଂ ଏହା ପରେ ଧଳା ପାଉଡର୍ ହାତରେ ଲଗାଉଛି। ଅଲିମ୍ପିକ୍ସରେ ଚାନୁ ଯେମିତି ଭାରୋତ୍ତୋଳନ କରୁଛନ୍ତି, ଠିକ୍ ସେମିତି ଏହି କୁନି ଝିଅଟି କରୁଛି। ପିଲାଟି କୁନି କୁନି ହାତରେ ଭାରୋତ୍ତୋଳନ କରିବା ଏବଂ ଚାନୁଙ୍କ ନକଲ କରିବା ସମସ୍ତଙ୍କୁ ଖୁବ୍ ପସନ୍ଦ ଆସୁଛି।

ଏହି ଭିଡିଓକୁ ଶେଆର୍ କରିଛନ୍ତି ଭାରତୀୟ ଭାରୋତ୍ତୋଳକ ସତୀଶ ଶିବଲିଙ୍ଗମ୍। ସେ ଲେଖିଛନ୍ତି, ଜୁନିୟର ମୀରାବାଈ ଚାନୁ, ଏହାକୁ ହିଁ ପ୍ରେରଣା କୁହାଯାଏ। ଏହି ଭିଡିଓକୁ ସତୀଶ ଶିବଲିଙ୍ଗମ ସୋମବାର ରାତି ୧୨ଟା ପରେ ଶେଆର୍ କରିଛନ୍ତି। ଏହି ଭିଡିଓକୁ ହଜାର ହଜାର ସଂଖ୍ୟାରେ ରିଟ୍ୱିଟ୍ କରିଛନ୍ତି। ଲୋକେ ଏହା ଉପରେ ଅଲଗା ଅଲଗା କମେଣ୍ଟ ମଧ୍ୟ ଦେଉଛନ୍ତି। ଲୋକେ କହିଛନ୍ତି, ଭାରତୀୟ ଝିଅଙ୍କୁ କଳ୍ପନା ଚାୱଲା, ମୀରାବାଈ ଚାନୁଙ୍କ ଭଳି ପ୍ରତିଭାଶାଳୀ ମହିଳାଙ୍କ ଠାରୁ ପ୍ରେରଣା ନେବା ଦରକାର।

ଖୋଦ୍ ମୀରାବାଈ ଚାନୁ ମଧ୍ୟ ଯେତେବେଳେ ଏହି ଭିଡିଓକୁ ଦେଖିଲେ, ସେ ମଧ୍ୟ କୁନି ଝିଅର ଫ୍ୟାନ୍ ହୋଇଯାଇଛନ୍ତି। ଚାନୁ ଏହି ଭିଡିଓକୁ ରିଟ୍ୱିଟ୍ କରି ଲେଖିଛନ୍ତି, So cute. Just love this। ଲୋକେ ଏହି କୁନି ଝିଅକୁ ଜୁନିୟର ମୀରାବାଈ ଚାନୁ କହୁଛନ୍ତି। କିଛି ଲୋକେ ମଧ୍ୟ କୁନି ଝିଅକୁ କ୍ରୀଡ଼ା କ୍ଷେତ୍ରରେ ପାଦ ଦେବାକୁ କହିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁଙ୍କୁ ମଣିପୁର ସରକାର ବଡ଼ ଉପହାର ଦେଇଛନ୍ତି। ଚାନୁଙ୍କୁ ରାଜ୍ୟରେ ଏଏସପି ପଦବୀରେ ନିଯୁକ୍ତି ଦେବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

The post କମାଲ୍ କରିଦେଲେ ଜୁନିୟର୍ ମୀରାବାଈ ଚାନୁ! ଭିଡିଓ ଭାଇରାଲ୍ appeared first on Odisha Reporter.



from Odisha Reporter https://ift.tt/3iXU49s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages