ପରିବାରର ନାଁ ବଦନାମ କରିଦେଲେ ରାଜ୍‌: ଶିଳ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 27, 2021

ପରିବାରର ନାଁ ବଦନାମ କରିଦେଲେ ରାଜ୍‌: ଶିଳ୍ପା

ମୁମ୍ବାଇ: ରାଗିଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କୁ ଦେଖି ଜୋର୍‌ରେ ପାଟି କଲେ। କହିଲେ- ପରିବାରର ନାଁ ବଦନାମ କରିଦେଲ। ଅନେକ ବିଜନେସ୍ ଡିଲା ହାତରୁ ଗଲା। ତମ ଲାଗି ସବୁ ବର୍ବାଦ ହୋଇଗଲା। ପର୍ଣ୍ଣ ଭିଡିଓ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ଧରି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତାଙ୍କ ଘରେ ପହଞ୍ଚିଥିବା ବେଳେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ ।

ଅଧିକ ତଥ୍ୟ ହାସଲ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲା। ଆଉ ସେହି ସମୟରେ ଦେଖିବାକୁ ମିଳିଥିଲା ଶିଳ୍ପାଙ୍କର ଭିନ୍ନ ଏକ ରୂପ। ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ରାଜ୍‌ଙ୍କୁ ଦେଖି ଜୋରରେ ପାଟି କରିବା ସହ ଶିଳ୍ପା କାନ୍ଦି ପକାଇଥିଲ। ରାଜଙ୍କୁ କହିଥିଲେ, ‘ତୁମ ପର୍ଣ୍ଣ କେସ୍ ପରିବାରର ନାଁ ବଦନାମ କରିଦେଲା। ଅନେକ ଏଣ୍ଡୋର୍ସମେଣ୍ଟ, ବିଜନେସ୍ ଡିଲ୍ ହାତରୁ ଚାଲିଗଲା।’

ଶିଳ୍ପା କାନ୍ଦି କାନ୍ଦି ଆହୁରି କହିଥିଲେ, ଏତେ ଖରାପ କାମ କରୁଥିଲ, କିନ୍ତୁ ମତେ କହି ନଥିଲ। ମୁଁ ଜାଣି ନଥିଲି। ଏମିତି କାହିଁକି କଲ?

ରାଜ ଶିଳ୍ପାଙ୍କ ପ୍ରଶ୍ନରେ ସଫେଇ ଦେଇଥିଲେ। ସେ କହିଥିଲେ, ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମୋତେ ଫସାଇ ଦିଆଯାଉଛି। ଏହି କେସ୍‌ର କୌଣସି ଆଧାର ନାହିଁ। ମୁଁ ଯେଉଁ ଭିଡିଓ ତିଆରି କରିଥିଲେ, ତାହା ପର୍ଣ୍ଣ ନୁହେଁ ଇରୋଟିକ୍।

ଅଶ୍ଳୀଳ ଫିଲ୍ମ ମାମଲରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କର ରିମାଣ୍ଡ ଅବଧି ଆଜି ଶେଷ ହୋଇଯାଇଥିବା ବେଳେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ସହଯୋଗୀ ରିଅନ ଥୋର୍ପେଙ୍କୁ ମଧ୍ୟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଯେଉଁଦିନ ରାଜ୍‌ କୁନ୍ଦ୍ରାଙ୍କୁ ନେଇ ତଦନ୍ତକାରୀ ଟିମ୍ ତାଙ୍କ ଘରକୁ ଯାଇଥିଲା ସେହିଦିନ ଶିଳ୍ପାଙ୍କୁ ପଚରାଉଚରା କରାଯାଇଥିଲା। ୬ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିଲା। ତେବେ ପ୍ରାଥମିକ ତଦନ୍ତରୁ ଏହି ପର୍ଣ୍ଣ ଫିଲ୍ମ ନିର୍ମାଣରେ ତାଙ୍କର କୌଣସି ସଂପୃକ୍ତି ନଥିବା ଜଣାପଡ଼ିଛି ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କିନ୍ତୁ ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ମଧ୍ୟ କୁହାଯାଇଛି।

The post ପରିବାରର ନାଁ ବଦନାମ କରିଦେଲେ ରାଜ୍‌: ଶିଳ୍ପା appeared first on Odisha Reporter.



from Odisha Reporter https://ift.tt/3l1XlXB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages