ମୁମ୍ବାଇ: ମିଳିଲାନି ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି। ବଢ଼ିଲା ଅଡୁଆ। ଜେଲ୍ରୁ ମୁକୁଳିବା ଆଶା ମଉଳିଲା। ଆହୁରି ୧୪ ଦିନ ଯାଏଁ ଜେଲ୍ରେ ରହିବେ ରାଜ। ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ଆଜି ପୁଣି ୧୪ ଦିନ ପାଇଁ ମୁମ୍ବାଇ କିଲା କୋର୍ଟ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।
ସୂଚନା ମୁତାବକ ରାଜ କୁନ୍ଦ୍ରାଙ୍କ ଆଜି ପୁଲିସ ହେପାଜତର ଶେଷ ଦିନ ଥିଲା। ଏଥିପାଇଁ ମୁମ୍ବାଇ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଏଥିସହ ତାଙ୍କ ରିମାଣ୍ଡ ଅବଧି ଆହୁରି ୭ ଦିନ ବଢ଼ାଇବା ପାଇଁ ଆବେଦନ କରିଥିଲା। ଏହାର ଶୁଣାଣି କରି କୋର୍ଟ ରାଜଙ୍କୁ ଆହୁରି ୧୪ ଦିନ ପାଇଁ ପୁଲିସ ହେପାଜତକୁ ପଠାଇଛନ୍ତି।
ସୂଚନାଯୋଗ୍ୟ ଯେ, ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ୧୯ ତାରିଖରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ପ୍ରଥମେ ୨ ଘଣ୍ଟା ପଚରାଉଚରା କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା। ତାଙ୍କ ନାଁରେ ଅଶ୍ଳୀଳ ଫିଲ୍ମ ତିଆରି କରି ତାକୁ ଆପ୍ସରେ ରିଲିଜ କରିବା ଅଭିଯୋଗ ରହିଛ । ପୁଲିସର କହିବା ମୁତାବକ, ଏହି କେସରେ ରାଜ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ରାଜଙ୍କ ବ୍ୟତୀତ ପର୍ଣ୍ଣ କେସ୍ ମାମଲାରେ ପୂର୍ବରୁ ପୁଲିସ ଆହୁରି ୧୧ ଜଣଙ୍କୁ ଗିରଫ କରିସାରିଛି।
The post ମିଳିଲାନି ଆଶ୍ୱସ୍ତି, ଆହୁରି ୧୪ ଦିନ ଜେଲ୍ରେ ରହିବେ ରାଜ appeared first on Odisha Reporter.
from Odisha Reporter https://ift.tt/3zD8HFI
No comments:
Post a Comment