ଲକ୍ଷ୍ନୌ: ଯାତ୍ରିବାହୀ ବସକୁ ଧକ୍କା ଦେଲା ଟ୍ରକ୍। ବିଳମ୍ୱିତ ରାତିରେ ଘଟିଥିବା ଏହି ସଡକ ଦୁର୍ଘଟଣାରେ ଏଯାବତ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ବାରବାଙ୍କି ଠାରେ ଏକ ଦୁର୍ଘଟଣା ଘଟିଛି। ରାମସୋନ୍ନିଘାଟ ଥାନା ଅଞ୍ଚଳ ଦେଇ ଯାଇଥିବା ଲକ୍ଷ୍ନୌ- ଅଯୋଧ୍ୟା ଜାତୀୟ ରାଜପଥରେ ଟ୍ରକଟି ପଛରୁ ବସକୁ ଧକ୍କା ଦେଇଛି। ୧୮ ଜଣଙ୍କର ମୃତ୍ୟୁ ସହିତ ୧୯ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଲକ୍ଷ୍ନୌ ଟ୍ରମା କେନ୍ଦ୍ରକୁ ପଠାଯାଇଛି। ମଙ୍ଗଳବାର ରାତି ପ୍ରାୟ ୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ବସ୍ ହରିଆଣାରୁ ବିହାର ଯାଉଥିଲା।
ବାରବାଙ୍କି ସ୍ଥିତ ଅଯୋଧ୍ୟା ସୀମାରେ ଥିବା କଲ୍ୟାଣୀ ନଦୀ ବ୍ରିଜ୍ ଉପରେ ଥିବା ବସଟି ରାତି ପ୍ରାୟ ଗୋଟାଏ ସମୟରେ ବ୍ରେକରେ ସମସ୍ୟା ଦେଖାଦେବାରୁ ରାସ୍ତା କଡରେ ଛିଡ଼ା ହୋଇଥିଲା। ଏହି ସମୟରେ ବସ ଡ୍ରାଇଭର ଏବଂ ଅନ୍ୟ ସଦସ୍ୟ ବସକୁ ମରାମତି କରୁଥିଲେ। ଏହି ସମୟରେ, ଲକ୍ଷ୍ନୌ ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ବସକୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।
A truck rammed into a bus near Ram Sanehi Ghat In Barabanki, late last night. About 18 casualties with many passengers sustaining injuries;19 hospitalized. Rescue operation to recover the dead bodies stuck under the bus is underway: Satya Narayan Sabat, ADG, Lucknow Zone pic.twitter.com/mCsJS9mEVG
— ANI UP (@ANINewsUP) July 28, 2021
ଲକ୍ଷ୍ନୌ ଜୋନ୍ ଏଡିଜି ସତ୍ୟ ନାରାୟଣ ସାବତ କହିଛନ୍ତି ଯେ ବାରବାଙ୍କିରେ ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ବସ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ଆହତ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବସ୍ ତଳେ ଫସି ରହିଥିବା ମୃତଦେହକୁ ଉଦ୍ଧାର କରା ଯାଉଛି।
ସୂଚନାଯୋଗ୍ୟ, ଦୁର୍ଘଟଣା ପରେ ଜାତୀୟ ରାଜପଥ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଅବରୋଧ କରଯାଇଥିଲା। ପ୍ରବଳ ବର୍ଷା ହେତୁ ପୋଲିସ ପ୍ରାୟ ଅଧ ଘଣ୍ଟା ପରେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଥିଲା।
The post ମରାମତି ପାଇଁ ଛିଡ଼ା ହୋଇଥିବା ବସକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୧୮ ଜୀବନ appeared first on Odisha Reporter.
from Odisha Reporter https://ift.tt/3y8PCLa
No comments:
Post a Comment