ହସଖୁସିରୁ ହେଲା କଥା କଟାକଟି, ଶେଷରେ ପ୍ରେମିକାକୁ ଜାଳିଦେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 27, 2021

ହସଖୁସିରୁ ହେଲା କଥା କଟାକଟି, ଶେଷରେ ପ୍ରେମିକାକୁ ଜାଳିଦେଲେ…

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହସଖୁସିରେ କଥାବର୍ତ୍ତା ହେଉ ହେଉ ଆରମ୍ଭ ହେଲା କଥା କଟାକଟି। ଶେଷରେ କଳି ଏପରି ଚରମ ସୀମାରେ ପହଞ୍ଚିଲା ଯେ, ଯୁବତୀଙ୍କୁ ଜୀଅନ୍ତା ଜାଳି ଦେଲେ ପ୍ରେମିକ।  । ଗତକାଲି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗାଁରେ ଏଭଳି ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁସାରେ, ଗତକାଲି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗାଁରେ ଥିବା ଏକ ପରିତ୍ୟକ୍ତ ଘରେ ଉଭୟ ଯୁବକ ଓ ଯୁବତୀ କଥାବାର୍ତ୍ତା ହେଉଥିଲେ । କିନ୍ତୁ କୌଣସି କାରଣକୁ ନେଇ ସେମାନଙ୍କ ଭିତରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ର ସାହୁ ଯୁବତୀଙ୍କ ଉପରକୁ କିଛି ଦହନଶୀଳ ପଦାର୍ଥ ଫୋପାଡିଥିଲେ । ଏଥିରେ ଯୁବତୀଙ୍କର ଶରୀରର ପ୍ରାୟ ୮୦ରୁ ୯୦ ପ୍ରତିଶତ ପୋଡି ଯାଇଥିଲା  ।

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କ  ମୃତ୍ୟୁ ହୋଇଥିଲା ।

ଉଦ୍ଧାର ସମୟରେ ଯୁବତୀଜଣଙ୍କ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ  । ଏହାପରେ ପୁଲିସ୍‌ ଅଭିଯୁକ୍ତକୁ କୃଷ୍ଣଚନ୍ଦ୍ରକୁ ଗିରଫ କରିଛି ।  ମୃତ ଯୁବତୀଜଣଙ୍କ ପୋଲସରା ଅଂଚଳର ବୋଲି ଜଣାପଡ଼ିଛି ।

ଏସମ୍ପର୍କରେ ଏସ୍‌ଡିପିଓ କହିଛନ୍ତି ସରପଞ୍ଚଙ୍କ ନିକଟରୁ ଖବର ପାଇ ଆମେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୁ। ହେଲେ ବ୍ରହ୍ମପୁର ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଆଜି ତାଙ୍କ ଶବ ବ୍ୟବଚ୍ଛେଦ ହେବ। ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ ଯୁବତୀଜଣକ ନିଜ ପ୍ରେମିକଙ୍କ ନାଁ ନେଇଥିବାରୁ ତାଙ୍କୁ ଗିରଫ କରାଯାଇଛି।

The post ହସଖୁସିରୁ ହେଲା କଥା କଟାକଟି, ଶେଷରେ ପ୍ରେମିକାକୁ ଜାଳିଦେଲେ… appeared first on Odisha Reporter.



from Odisha Reporter https://ift.tt/3BNdFBw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages