ନୂଆଦିଲ୍ଲୀ: ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ)ର ତାଳଚେର ୟୁନିଟ ପୁନରୁଦ୍ଧାର ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁ ସବୁ ରାଷ୍ଟ୍ରାୟତ ଉଦ୍ୟୋଗକୁ ପୁନରୁଦ୍ଧାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ସେଥିମଧ୍ୟରେ ତାଳଚେର ୟୁନିଟ ରହିଛି। ଯୌଥ ଉଦ୍ୟୋଗ ମାଧ୍ୟମରେ ଏଠାରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଆମୋନିଆ ୟୁରିଆ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି।
ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ଗେଲ), ରାଷ୍ଟ୍ରୀୟ କେମିକାଲ୍ସ ଓ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫ), କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) ଏବଂ ଏଫସିଆଇଏଲ ଏହି ଯୌଥ ଉଦ୍ୟୋଗର ଅଂଶୀଦାର ରହିଛନ୍ତି। ଏଥିପାଇଁ “ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫଏଲ)” ନାମକ ଯୌଥ ଉଦ୍ୟୋଗ କମ୍ପାନୀ ୨୦୧୫ ନଭେମ୍ଵର ୧୧ରେ ଗଠନ କରାଯାଇଛି।
ତାଳଚେର ସାର କାରଖାନା ନିର୍ମାଣ ପର୍ଯ୍ୟାୟରେ ୪୫୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଥିବା ବେଳେ କାର୍ଯ୍ୟକ୍ଷମ ହେବା ପରେ ୫୧୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବ୍ୟତୀତ, ତାଳଚେର ସାର କାରଖାନା ପୂର୍ବାଞ୍ଚଳରେ ଆର୍ଥିକ ବିକାଶକୁ ତ୍ବରାନ୍ଵିତ କରିବ। ଏହା ମଧ୍ୟ ଓଡ଼ିଶାର ଚାଷୀଙ୍କ ପାଇଁ ଯଥେଷ୍ଟ ପରିମାଣର ୟୁରିଆ ଉପଲବ୍ଧ କରାଇବ। ମଙ୍ଗଳବାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ।
The post ତାଳଚେର ୟୁନିଟର ହେବ ପୁନରୁଦ୍ଧାର: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3iZnnZf
No comments:
Post a Comment