ଭୁଶୁଡ଼ି ପଡ଼ିଲା ୭ ମହଲା କୋଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

ଭୁଶୁଡ଼ି ପଡ଼ିଲା ୭ ମହଲା କୋଠା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଶିମଲାରେ ଗୁରୁବାର ଏକ ୭ ମହଲା କୋଠା ଭୁଶୁଡ଼ି ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି କୋଠାଟି ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।

ଏହି କୋଠାରେ ଗତକାଲି ସକାଳେ ଏକାଧିକ ଫାଟ ଦେଖିବାକୁ ମିଳିଥିଲା। ଏହା ପରେ କୋଠାଟିକୁ ଖାଲି କରି ଦିଆଯାଇଥିଲା। ପରେ ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ କୋଠାଟି ଭୁଶୁଡ଼ି ପଡ଼ିଥିଲା।

କୋଠାଟି ଭୁଶୁଡ଼ି ବେଳେ ଏହାର ଭଗ୍ନାବଶେଷ ସବୁ ଆଖପାଖ କୋଠା ଗୁଡ଼ିକରେ ମାଡ଼ ହୋଇଥିଲା। ଫଳରେ ୧୦ରୁ ଅଧିକ କୋଠା ପ୍ରତି ବିପଦ ସୃଷ୍ଟି ହୋଇଥିଲା।

ଶିମଲାର କଚିଘାଟି ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଏହା ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ୧୫ ଦିନ ତଳେ ଏହି କୋଠାରେ ରହୁଥିବା ସମସ୍ତ ଲୋକଙ୍କୁ ଅନ୍ୟତ୍ର ଚାଲିଯିବାକୁ କୁହାଯାଇଥିଲା। କିନ୍ତୁ ଶିମଲା ପୌରପାଳିକା ପକ୍ଷରୁ ଘର ଖାଲି କରିବାକୁ କୁହାଯାଇଥିଲେ ହେଁ କିଛି ପରିବାର ସେଠାରେ ରହିଥିଲେ। କୋଠାଟି ଭୁଶୁଡ଼ି ପଡ଼ିବାର ଆଶଙ୍କା ଥିବା ନେଇ ପୌରପାଳିକାର ଚେତାବନୀକୁ ସେମାନେ ବିଶ୍ୱାସ କରି ନଥିଲେ।

The post ଭୁଶୁଡ଼ି ପଡ଼ିଲା ୭ ମହଲା କୋଠା appeared first on Odisha Reporter.



from Odisha Reporter https://ift.tt/3zWeAgX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages