ଘରକୁ ଫେରୁଥିଲେ ହୋମଗାର୍ଡ, ପିଟି ଦେଲା ବାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

ଘରକୁ ଫେରୁଥିଲେ ହୋମଗାର୍ଡ, ପିଟି ଦେଲା ବାଇକ୍‌

ରେଢାଖୋଲ(ରମାନନ୍ଦ ମହାକୁଡ): ବାଟରେ ଜଗି ବସିଥିଲା ମୃତ୍ୟୁ। ସବୁ ଦିନ ପରି ଡ୍ୟୁଟି ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ବାଟରେ ଘଟିଗଲା ଅଘଟଣ। ଏକ ବାଇକ୍‌ ପିଟିଦେବାରୁ ଘଟଣାସ୍ଥଳରେ ହିଁ  ଆଖି ବୁଜିଲେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନାର ହୋମଗାର୍ଡ ସୁମିଦ ସେଠ ।

ସୂଚନା ଅନୁଯାୟୀ, ଡ୍ୟୁଟି ସାରି ଗତ ରାତିରେ ହୋମଗାର୍ଡ ସୁମିଦ ସେଠ  ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ମାତ୍ର ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମୁରା ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଅନ୍ୟ ଏକ ବାଇକ୍ ଆସୁଥିଲା। ଏହି ସମୟରେ ଉକ୍ତ ବାଇକ୍‌ଟି ସୁମିଦଙ୍କ ବାଇକ୍‌କୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ।

ସ୍ଥାନୀୟ ଲୋକଙ୍କଠାରୁ  ଖବର ପାଇ  ଯୁଯୁମୁରା ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସୁମିଦଙ୍କୁ ଯୁଯୁମୁରା ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ୍‌ ଚାଳକଙ୍କ ସମ୍ପର୍କରେ କିଛି ପତ୍ତା ମିଳିପାରିନି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଘରକୁ ଫେରୁଥିଲେ ହୋମଗାର୍ଡ, ପିଟି ଦେଲା ବାଇକ୍‌ appeared first on Odisha Reporter.



from Odisha Reporter https://ift.tt/3uqVJcR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages