ମୁମ୍ବାଇ: ଟ୍ରାଫିକ ନିୟମ ଭାଙ୍ଗିଲେ। ଅଟକାଇ ଜରିମାନା ଦେବାକୁ କହିବାରୁ ତୋଡ଼ ଦେଖାଇଲେ। ଏପରିକି ନିଜକୁ ପ୍ରେସ୍ ରିପୋର୍ଟର କହି ନ ଛାଡ଼ିଲେ ପରିସ୍ଥିତି ଭଲ ହେବନି ବୋଲି ଧମକ ଦେଲେ। ଏହା ଶୁଣି ଡ୍ୟୁଟିରେ ଥିବା ଟ୍ରାଫିକ ହାବିଲଦାର କାର୍ର ବନେଟ ଉପରେ ବସିଯିବାରୁ କାର୍ ଚାଳକ ଜଣକ ଦ୍ରୁତ ଗତିରେ କାର୍ ସହ ପଳାଇଲେ। ଏପରି ଫିଲ୍ମି ସିନ୍ ମାୟାନଗରୀ ମୁମ୍ବାଇରେ ଘଟିଥିବା ବେଳେ ସମ୍ପୃକ୍ତ ଟ୍ରାଫିକ୍ କର୍ମଚାରୀଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ମୁମ୍ବାଇର ଆଜାଦ ନଗର ମେଟ୍ରୋ ଷ୍ଟେଶନ ନିକଟରେ ଟ୍ରାଫିକ କର୍ମଚାରୀ ବିଜୟ ସିଂହ ଗୁରବ ନିଜ ଟିମ୍ ସହ ଡ୍ୟୁଟିରେ ମୁତୟନ ଥିଲେ। ଏହି ସମୟରେ ଟ୍ରାଫିକ ନିୟମ ଉଲ୍ଲଘଂନ ଅଭିଯୋଗରେ ସେ ଜଣେ କାର୍ ଚାଳକଙ୍କୁ ଅଟକାଇ ଜରିମାନା ଦେବାକୁ କହିଥିଲେ।
ମାତ୍ର ଚାଳକଜଣକ ନିଜକୁ ରିପୋର୍ଟର ବୋଲି କହିବା ସହ ସେଠାରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଏହା ଦେଖି ବିଜୟ ତାଙ୍କ କାର୍ ବନେଟ ଉପରେ ବସିଯାଇ ଚାଳକଙ୍କୁ କାର୍ରୁ ବାହାରକୁ ଆସିବାକୁ କହିଥିଲେ। ମାତ୍ର ଚାଳକଜଣକ ଏହାକୁ ଖାତିର ନ କରି ବନେଟ୍ ଉପରେ ବିଜୟ ବସିଥିବାବେଳେ ଦ୍ରୁତ ଗତିରେ କାର୍କୁ ନେଇ ପଳାଇଥିଲେ।
ମାତ୍ର କିଛି ବାଟ ଯିବା ପରେ ବିଜୟ କାର୍ ବନେଟ ଉପରୁ ତଳକୁ ଖସି ଯାଇଥିଲେ ମଧ୍ୟ ରକ୍ଷା ପାଇ ଯାଇଥିଲେ। ଏହାପରେ ଚାଳକଜଣକ ଦ୍ରୁତ ଗତିରେ କାର୍ ଧରି ଫେରାର ହୋଇଯାଇଛନ୍ତି। ଏନେଇ ବିଜୟ ଡି.ଏନ୍ ନଗର ପୁଲିସ୍ ଷ୍ଟେଶନରେ ମାମଲା ରୁଜୁ କରିଥିବା ବେଳେ ପୁଲିସ୍ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
The post କାର୍ ବନେଟ ଉପରେ ଟ୍ରାଫିକ୍ କର୍ମଚାରୀଙ୍କୁ ଧରି ଯୁବକ ଛୁ appeared first on Odisha Reporter.
from Odisha Reporter https://ift.tt/3AYatSN
No comments:
Post a Comment