ଭିଜିଲାନ୍ସ ଜାଲରେ ନେସ୍କୋ ଏସଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 20, 2021

ଭିଜିଲାନ୍ସ ଜାଲରେ ନେସ୍କୋ ଏସଡିଓ

କେନ୍ଦୁଝର/ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋର ଏସଡିଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି। ତାଙ୍କର କେନ୍ଦୁଝର ସ୍ପଞ୍ଜ କଲୋନୀ ଓ ଘଟଗାଁ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ସେଠାରେ ବିଭିନ୍ନ କାଗଜପତ୍ର ଯାଞ୍ଚ ସହିତ ସମ୍ପତ୍ତିର ଆକଳନ କରାଯାଉଛି। ସେହିପରି ଘଟଗାଁରେ ଥିବା ତାଙ୍କ ଭାଇଙ୍କ ଘର ଓ ରିମୁଳିରେ ଥିବା ତାଙ୍କ ଶଶୁର ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଏକ ଟିମ୍ ଚଢ଼ାଉ କରିଛି।

କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକର ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉ କରିଛନ୍ତି।  ଜଣେ ଆଡିସ୍‌ନାଲ୍‌ ଏସପିଙ୍କ ନେତୃତରେ ଦୁଇ ଜଣ ଡିଏସ୍‌ପି  ଓ ୬ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ମହେଶ୍ୱର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ ଅଭିଯୋଗ ହେଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଆଜି ଏହି ଚଢ଼ଉ ହୋଇଛି।

ଅନ୍ୟପକ୍ଷରେ ଗତକାଲି ସମ୍ବଲପୁରରେ ଓସିସିଏଲ୍‌ର ସିନିୟର ମ୍ୟାନେଜର ରଞ୍ଜନ ଡାଙ୍ଗଙ୍କ ଘରେ ଚଢ଼ାଉ ହୋଇଥିଲା। ତାଙ୍କର ୨ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଏହା ଭିତରେ ରହିଛି ସମ୍ବଲପୁର ସହରରେ ଗୋଟିଏ ୩ ମହଲା କୋଠା, ସମ୍ବଲପୁର ଜିଲ୍ଲାରେ ୬ଟି ପ୍ଲଟ, ସୁବର୍ଣ୍ଣପୁର ଜିଲ୍ଲାରେ ଗୋଟିଏ ପ୍ଲଟ୍  ଓ ଏହା ସହ ୧୬ ଲକ୍ଷ ୯୩ ହଜାର ଟଙ୍କାର ବ୍ୟାଙ୍କ ଜମା ରାଶି, ୨୧ ଲକ୍ଷ ୧୫ ହଜାର ଟଙ୍କାର ବୀମା ଟଙ୍କା, ନଗଦ ଲକ୍ଷେ ୪୫ ହଜାର ୮୫୦ ଟଙ୍କା ଏବଂ ଗୋଟିଏ ବାଇକ୍। କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ମିଳିଛି।

ଗତକାଲି ଓସିସିଏଲ୍‌ର ସିନିୟର ମ୍ୟାନେଜର ରଞ୍ଜନ ଡାଙ୍ଗଙ୍କ ସମ୍ବଲପୁରସ୍ଥିତ ବାସଭବନ ସମେତ ୩ଟି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

The post ଭିଜିଲାନ୍ସ ଜାଲରେ ନେସ୍କୋ ଏସଡିଓ appeared first on Odisha Reporter.



from Odisha Reporter https://ift.tt/2XBURpX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages