ଚାନ୍ଦିପୁର ଆଇଟିଆରରେ ପାକିସ୍ତାନୀ ଟଙ୍କା, ଉତ୍ତରପ୍ରଦେଶ ଦେଇ ଆସୁଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

ଚାନ୍ଦିପୁର ଆଇଟିଆରରେ ପାକିସ୍ତାନୀ ଟଙ୍କା, ଉତ୍ତରପ୍ରଦେଶ ଦେଇ ଆସୁଥିଲା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ସାଂଘାତିକ ତଥ୍ୟ।  ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନ ଟଙ୍କା ମିଳିବା ପରେ ଏହାର ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଉତ୍ତରପ୍ରଦେଶ ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସି ଚାନ୍ଦିପୁରରେ ପହଞ୍ଚୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।  । କେବଳ ସେତିକି ନୁହେଁ, ବାଂଲାଦେଶୀ ସ୍ଲିପର ସେଲ୍ ଜରିଆରେ ମଧ୍ୟ କିଛି ଟଙ୍କା ଦିଆଯାଇଥିବା ନେଇ କ୍ରାଇମବ୍ରାଞ୍ଚ ହାତରେ ତଥ୍ୟ ଲାଗିଛି।

ବାଂଲାଦେଶୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସ୍ଲିପର ସେଲ୍‌ର ସନ୍ଧାନ କରୁଛି କ୍ରାଇମବ୍ରାଞ୍ଚ । ଏଥିସହ ଟଙ୍କା କାରବାର ସମ୍ପର୍କରେ ବିଭିନ୍ନ ବ୍ୟାଙ୍କକୁ ତଥ୍ୟ ମଗାଯାଇଛି । ଅନ୍ୟପଟେ କେଉଁ କେଉଁ ତଥ୍ୟ ଲିକ୍ ହୋଇଛି ଏବଂ ତାହାର ଗୁରୁତ୍ୱ କଣ, ସେସବୁର ତର୍ଜମା ପାଇଁ ଏୟାରଫୋର୍ସର ଏକ ୩ ଜଣିଆ ଟିମ୍ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛି ।

ଗତକାଲି ଏୟାରଫୋର୍ସ ଟିମ୍ ସଦସ୍ୟ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ମାରାଥନ ଜେରା କରିଥିଲେ । ୫ ଘଣ୍ଟା ଧରି ଏହି ଟିମ୍ ୫ ଅଭିଯୁକ୍ତଙ୍କୁ ଜଣ ଜଣ କରି ଜେରା କରିଥିବା ସୂଚନା ମିଳିଛି । କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି, ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ ।

ତଥ୍ୟ ଲିକ୍‌ ଅଭିଯୋଗରେଚାନ୍ଦିପୁର ଡିଆରଡିଓର ଗିରଫ ୫ ଅସ୍ଥାୟୀ କର୍ମଚାରୀ।

ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି । ବର୍ତ୍ତମାନ ସେ ହ୍ୟାଣ୍ଡଲରଙ୍କୁ ଠାବ କରିବା ସହ ଅନ୍ୟ କେଉଁ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେନେଇ କ୍ରାଇମବ୍ରାଞ୍ଚ ଜେରା ଆଗକୁ ବଢାଇଛି । ହ୍ୟାଣ୍ଡଲରକୁ ଠାବ କରାଯିବା ପରେ ଅଧିକ ତଦନ୍ତ ପାଇଁ NIAର ସହଯୋଗ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି

The post ଚାନ୍ଦିପୁର ଆଇଟିଆରରେ ପାକିସ୍ତାନୀ ଟଙ୍କା, ଉତ୍ତରପ୍ରଦେଶ ଦେଇ ଆସୁଥିଲା appeared first on Odisha Reporter.



from Odisha Reporter https://ift.tt/3tVISiq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages