ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼। କ୍ଷୀର ଓ କଫି ଭଳି ସାମଗ୍ରୀ ଗୁଡ଼ିକର ଦାମ ବଢ଼ୁଥିବାରୁ ଆଜି ନେସଲ ଇଣ୍ଡିଆ ଲିଃ ତା’ର କିଛି ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିବ ବୋଲି ଘୋଷଣା କରିଛି। ୬ରୁ ୮ ମାସ ହେଲାଣି କ୍ଷୀର ଓ କଫି ଭଳି ଦ୍ରବ୍ୟର ଦାମ ବଢ଼ୁଥିଲେ ମଧ୍ୟ କମ୍ପାନୀ ଏଥିରୁ ପ୍ରସ୍ତୁତ କରୁଥିବା ଉତ୍ପାଦଗୁଡ଼ର ମୂଲ୍ୟ ବୃଦ୍ଧି କରୁ ନଥିଲା। କିନ୍ତୁ ନେସଲେ ତା’ର କିଛି ସାମଗ୍ରୀଗୁଡ଼ିକର ମୂଲ୍ୟ ୧ରୁ ୩ % ଯାଏ ବଢ଼ାଇ ବୋଲି କହିଛି।
ନେସଲେ ଇଣ୍ଡିଆ ଅଧ୍ୟକ୍ଷ ସୁରେଶ ନାରାୟଣ କହିଛନ୍ତି ଯେ ବିଭିନ୍ନ ଜିନିଷ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ କଞ୍ଚାମାଲର ଚାହିଦା ଏବେ ବିଶ୍ୱ ବଜାରରେ ବଢ଼ି ଚାଲିଛି। ଲକଡାଉନ ପରେ ବିଭିନ୍ନ ସ୍ଥାନରେ ମାର୍କେଟ ଗୁଡ଼ିକ ଖୋଲିଛି। ତେଣୁ ଉତ୍ପାଦନ ଅନୁସାରେ ଚାହିଦା ବଢ଼ିଥିବାରୁ ଦର ମଧ୍ୟ ବୃଦ୍ଧି ପାଇଛି। କଞ୍ଚା ମାଲ ଠାରୁ ଆରମ୍ଭ କରି ଅନ୍ୟ ଜିନିଷଗୁଡ଼ିର ଦାମ ବୃଦ୍ଧି ପାଉଛି। ଏହି ବର୍ଦ୍ଧିତ ଚାପର ପ୍ରଭାବ ଆମ ଆଶା ଠାରୁ ଅଧିକ ରହିଛି।
ଚାହିଦାର ଚାପ ପାଇଁ କ୍ଷୀର, କଫି ଓ ପ୍ୟାକେଜିଂ ଇତ୍ୟାଦିର ଦାମ ୪ରୁ ୫% ବଢ଼ିଛି। ୨୦୨୧ର ପ୍ରଥମ ଭାଗ ବେଶ ସୁରକ୍ଷିତ ରହିଥିଲା। କେବଳ ପ୍ୟାକେଜିଂ ଓ ଅଶୋଧିତ ତୈଳର ଦାମ ସାମାନ୍ୟ ବଢ଼ିଥିଲା। କିନ୍ତୁ କ୍ଷୀର ଓ ଗହମର ମୂଲ୍ୟ ସ୍ଥିର ରହିଥିଲା। ତେବେ ୨୦୨୨ରେ ଦର ଦାମ ବଢ଼ିବ। ଏହା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜିଂ ବର୍ଷ ହେବ ବୋଲି ସେ କହିଥିଲେ।
The post ନେସଲେ ଇଣ୍ଡିଆର ସାମଗ୍ରୀ ଗୁଡ଼ିକର ଦାମ ବଢ଼ିବ, ଘୋଷଣା କଲା କମ୍ପାନୀ appeared first on Odisha Reporter.
from Odisha Reporter https://ift.tt/3zpCNvJ
No comments:
Post a Comment