୧୦ ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ୧୦ ସଚିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 4, 2021

୧୦ ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ୧୦ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୦ ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ୧୦ଜଣ ସଚିବଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ସଚିବ ଭାବେ ରାଜ୍ୟର ସଚିବସ୍ତରୀୟ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି।

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୦ ଆକାଂକ୍ଷା ଜିଲ୍ଲା ପାଇଁ ଯେଉଁ ୧୦ ସଚିବଙ୍କୁ ପ୍ରଭାରୀ ନିଯୁକ୍ତି ମିଳିଛି ସେମାନେ ହେଲେ- ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ (କଳାହାଣ୍ଡି), ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ (ବଲାଙ୍ଗିର), ପଂଚାୟତିରାଜ ସଚିବ ଅଶୋକ କୁମାର ମୀନା (କନ୍ଧମାଳ), ଅନୁସୂଚିତ ଜାତି ଓ ଜନଜାତି ସଚିବ ରଞ୍ଜନା ଚୋପ୍ରା (ଢେଙ୍କାନାଳ), ରାଜସ୍ୱ ଓ ବିପର୍ଯ୍ୟୟ ସଚିବ ବିଷ୍ଣୁପଦ ସେଠୀ (କୋରାପୁଟ), ଜଳସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠ (ରାୟଗଡ଼ା), ହସ୍ତତନ୍ତ ଓ ବୟନଶିଳ୍ପ ସଚିବ ଶୁଭା ଶର୍ମା (ଗଜପତି), ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ (ନବରଙ୍ଗପୁର), ପର୍ଯ୍ୟଟନ ସଚିବ ସଚିନ ରାମଚନ୍ଦ୍ର ଯାଦବ (ନୂଆପଡ଼ା), ମତ୍ସ୍ୟ ଓ ପଶୁସମ୍ପଦ ସଚିବ ଆର ରଘୁପ୍ରସାଦ (ମାଲକାନଗିରି)।

ଏହି ସଚିବମାନେ ଆକାଂକ୍ଷା ଜିଲ୍ଲାର ୫ଟି କ୍ଷେତ୍ର ଯଥା- ସ୍ୱାସ୍ଥ୍ୟ ଓ ପୃଷ୍ଟିକର, ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଗତିବିଧି , ଦକ୍ଷତା ବିକାଶ ଓ ମୌଳିକ ଭିତ୍ତିଭୂମିର ୪୯ଟି ପ୍ରମୁଖ ପ୍ରଦର୍ଶନ ଦିଗ ଉପରେ ଆକ୍ସନ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟସ୍ତରୀୟ କମିଟି ଆଗରେ ଉପସ୍ଥାପନ କରିବେ।

The post ୧୦ ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ୧୦ ସଚିବ appeared first on Odisha Reporter.



from Odisha Reporter https://ift.tt/3BHTzI5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages