ଜ୍ଞାନ ଓ ବିଦ୍ୟାର ସତମାର୍ଗ ଦର୍ଶାନ୍ତୁ ଗୁରୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 4, 2021

ଜ୍ଞାନ ଓ ବିଦ୍ୟାର ସତମାର୍ଗ ଦର୍ଶାନ୍ତୁ ଗୁରୁ

  • ମଧୁଲିତା ପରିଡ଼ା

ଆମ ସମାଜରେ ଆମେ ସମସ୍ତେ ଶିକ୍ଷିତ ହେବା ପାଇଁ ସମସ୍ତଙ୍କୁ କହିଥାଉ। ଏହା ହେଉଛି ଗୋଟେ ସକାରାତ୍ମକ ଚିନ୍ତାଧାରା। ଶିକ୍ଷା ବିନା ମଣିଷ ବଞ୍ଚିବା ଓ ଆଗେଇବା କଷ୍ଟକର। ଶିକ୍ଷା ଓ ଆମ ଜୀବନ ଶୈଳୀ ପରସ୍ପର ପରିପୂରକ। ଶିକ୍ଷା ଦ୍ୱାରା ହିଁ ଆମେ ଉଚିତ ମାର୍ଗ ବା ସଫଳ ଜୀବନର ବାଟ ପାଇପାରିବା। ଏହା ଦ୍ୱାରା ହିଁ ଆମେ ସ୍ୱାବଲମ୍ବୀ ହୋଇପାରିବା। ଶିକ୍ଷାର ପ୍ରସାରଣରେ ବା ଜୀବନର ଉଚିତ ମାର୍ଗ ଦର୍ଶନରେ ଗୁରୁ ବା ଶିକ୍ଷକଙ୍କ ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୫ ତାରିଖକୁ ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲି ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରିଥାଉ। ପ୍ରତେକ ବିଦ୍ୟାଳୟରେ ଶିକ୍ଷକ ଦିବସ ପାଳନ କରାଯାଏ।

ଆମ ଦେଶରେ ସ୍ୱାଧୀନତା ପୂର୍ବରୁ ୧୫,୮୦୦ରୁ କିଛି ଅଧିକ ବିଶ୍ୱବିଦ୍ୟାଳୟ ଥିଲା। ଆଗରୁ ଆମର ଗୁରୁକୂଳ ଆଶ୍ରମରେ ପାଠ ପଢ଼ାଯାଉଥିଲା। ଏହି ଗୁରୁକୂଳ ଆଶ୍ରମରେ ଉଭୟ ଶିକ୍ଷା ଓ ବିଦ୍ୟାର ବ୍ୟବସ୍ଥା ଥିଲା। ଛାତ୍ରମାନେ ଜ୍ଞାନ ସହିତ ଶିକ୍ଷା ଅର୍ଜନ କରିଥିଲେ। କିନ୍ତୁ ସେହି ଆଶ୍ରମରେ କେବଳ ରାଜାଙ୍କ ପିଲା, କ୍ଷତ୍ରୀୟ ଓ ବ୍ରାହ୍ମଣ ପିଲା ପାଠ ପଢୁଥିଲେ। ଅନ୍ୟ ମନେ ଶିକ୍ଷାରୁ ବଂଚିତ ହେଉଥିଲେ। ୧୮୩୫ ମସିହାରେ ବ୍ରିଟିଶ ଶାସନ ସମୟରେ ମ୍ୟାକଲେ ଗୋଲୀୟମ ଆଡେଲ ଭାରତରେ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଯୋଜନା ପ୍ରସ୍ତୁତ କଲେ। କାରଣ ଭାରତ ବର୍ଷର ଶିକ୍ଷାର ବ୍ୟବସ୍ଥା ପୂରା ଅଲଗା ଥିଲା। ଭାରତରେ ଶିକ୍ଷା ବ୍ୟବସ୍ଥାରେ ଭକ୍ତି, ଭାବ, ପରିବେଶ ଓ ସଂସ୍କୃତିକୁ ଅନୁକରଣ କରିବା, ଗୋଟିଏ ବିଷୟକୁ ଗୋଟିଏ ବର୍ଷ ପଢିବା, ସେହି ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟୟନ କରିବା, ଆତ୍ମଜ୍ଞାନର ବିକାଶ କରିବା ଥିଲା ମୁଖ୍ୟ ଲକ୍ଷ୍ୟ। କିନ୍ତୁ ବ୍ରିଟିଶ ସରକାର ଦେଖିଲେ ଏଥିରେ ଆମ ଭାରତୀୟମାନେ ଖୁବ ଶୀଘ୍ର ସ୍ୱାବଲମ୍ବୀ ହୋଇଯାଉଛନ୍ତି। ସେମାନେ ୧୮୫୮ରେ ତାଙ୍କ ପାର୍ଲାମେଣ୍ଟ ଜରିଆରେ ଭାରତର ଶିକ୍ଷାର ବ୍ୟବସ୍ଥାକୁ ପରିବର୍ତ୍ତନ କରିଦେଲେ।

ବର୍ତ୍ତମାନ ଆମ ସମାଜ ଲକ୍ଷ୍ମୀଙ୍କ ପଛରେ ଧାଇଁ ସରସ୍ୱତୀଙ୍କୁ ପଛରେ ପକାଇ ଦେଇଛି। କିନ୍ତୁ ଆମେ ବୁଲୁଥିବା ପଙ୍‌କ୍ତିକୁ ଭୁଲି ଯାଇଛେ- ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ।

ଏମିତି ଆସ୍ତେ ଆସ୍ତେ ଶିକ୍ଷା ନୀତିର ବ୍ୟବସ୍ଥା ପରିବର୍ତ୍ତନ ହେବା ଫଳରେ ଆମ ଦେଶର ଲୋକ ଅନ୍ୟ ଦେଶରେ ଯାଇ ପାଠ ପଢ଼ିବାର ସୁଯୋଗ ପାଇଲେ ଏବଂ ଅନ୍ୟ ଦେଶର ଲୋକ ଆମ ଦେଶରେ ଆସି ପାଠ ପଢିଲେ। ଏହା ଦ୍ୱାରା ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଗଲା।

ବର୍ତ୍ତମାନ ପ୍ରତ୍ୟେକ ଦିନ ନୂଆ ନୂଆ ସ୍କୁଲ ପ୍ରତିଷ୍ଠା ହେଉଛି। ଇଂରାଜୀ ମାଧ୍ୟମ ହେଉ ବା ଓଡ଼ିଆ ମାଧ୍ୟମ, ନୂଆ ନୂଆ ବିଦ୍ୟାଳୟ ଖୋଲୁଛି। କିନ୍ତୁ ପ୍ରକୃତ ଶିକ୍ଷା ନାହିଁ। ଶିକ୍ଷାର ମାନ ବୃଦ୍ଧି ପାଇଁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ବର୍ତ୍ତମାନ ଶିକ୍ଷାର ବ୍ୟବସାୟକରଣ ହେଲାଣି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହୁନାହିଁ।

ଛାତ୍ରଛାତ୍ରୀଙ୍କ ମନରେ ଗୁରୁଙ୍କ ପ୍ରତି ଭକ୍ତି ଭାବ ଆଉ ନାହିଁ। କିଛି କିଛି ସ୍ଥାନରେ ଶିଷ୍ୟ ଗୁରୁଙ୍କୁ ବାଡ଼ଉଛି। ଯେଉଁଠି ଭକ୍ତି ଭାବ ନଥାଏ ସେଇଠି ସ୍ନେହ ମଧ୍ୟ ମିଳେ ନାହିଁ। ଶିଷ୍ୟମାନେ ଗୁରୁଙ୍କୁ ଭୟ କରୁନାହାନ୍ତି। ଭୟ ଭକ୍ତି ନଥିଲେ ବିଦ୍ୟା ହେବା କଷ୍ଟ ହୋଇଥାଏ। ଆଜିକାଲି ଯେତେ ସ୍କୁଲକୁ ପିଲାମାନେ ଗଲେ ଟ୍ୟୁସନ ବାଧ୍ୟତାମୂଳକ ହୋଇଯାଉଛି। ବିନା ଟ୍ୟୁସନରେ ପାଠ ପଢ଼ିବା ସମ୍ଭବ ହେଉନାହିଁ। ଯଦ୍ୱାରାକି ସ୍କୁଲଶିକ୍ଷାର ଗୁଣାତ୍ମକ ମାନ କମି କମି ଯାଉଛି। ଆଗରୁ ଏହା ନଥିଲା। ବର୍ତ୍ତମାନ ସ୍କୁଲରେ ଖାଇବା, ସ୍କୁଲ ପୋଷାକ, ବହି, ଖାତା, ଜୋତା ପ୍ରଭୃତି ମିଳୁଛି। ତାପରେ ବି ପାଠ ପଢ଼ିବା ପାଇଁ ପିଲାଙ୍କର ଆଗ୍ରହ ଦେଖାଯାଉନାହିଁ। ବର୍ତ୍ତମାନ ପାଠକୁ ଡିଜିଲାଇଜ୍‌ଡ କରି ୟୁଟ୍ୟୁବ, ଅନ ଲାଇନ କ୍ଲାସ ମାଧ୍ୟମରେ ପଢ଼ାଯାଉଛି। ସେଥିପାଇଁ ବହୁ ପିଲା ଶିକ୍ଷକଙ୍କଠାରୁ ସିଧାସଳଖ ପାଠପଢାରୁ ବଂଚିତ। ସ୍କୁଲ କୋଠାକୁ ସୁନ୍ଦର କରାଯାଉଛି। ଘର ତିଆରିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସବୁ ଚେଷ୍ଟା ସତ୍ତ୍ୱେ ପାଠ ପଢ଼ା ପଛରେ ପଡ଼ିଯାଇଛି। ବର୍ତ୍ତମାନ ଆମ ସମାଜ ଲକ୍ଷ୍ମୀଙ୍କ ପଛରେ ଧାଇଁ ସରସ୍ୱତୀଙ୍କୁ ପଛରେ ପକାଇ ଦେଇଛି। କିନ୍ତୁ ଆମେ ବୁଲୁଥିବା ପଙ୍‌କ୍ତିକୁ ଭୁଲି ଯାଇଛେ- ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ।

ବିଦ୍ୟା ଉପାର୍ଜନର ମାର୍ଗ ଦର୍ଶାଉଥିବା ଗୁରୁମାନେ ଏ ଦିଗରେ ଅଧିକ ଯତ୍ନବାନ ହେବା ଉଚିତ। ସରକାର ମଧ୍ୟ ପିଲାମାନଙ୍କୁ ସ୍କୁଲ ଶିକ୍ଷା ମାଧ୍ୟମରେ ଅଧିକ ଜ୍ଞାନବାନ ଓ ବିଦ୍ୟାବାନ କରିବାରେ ସହାୟକ ହେବା ଦରକାର।

The post ଜ୍ଞାନ ଓ ବିଦ୍ୟାର ସତମାର୍ଗ ଦର୍ଶାନ୍ତୁ ଗୁରୁ appeared first on Odisha Reporter.



from Odisha Reporter https://ift.tt/3kSaiSp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages