ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ୩୦ରେ ହେବ ପିପିଲି ଉପନିର୍ବାଚନ। ଏଥିପାଇଁ ଆଜିଠାରୁ ପୋଷ୍ଟାଲ ବାଲଟ ପେପରରେ ମତଦାନ ଆରମ୍ଭ ହୋଇଛି । ୮୦ ବର୍ଷରୁ ଉର୍ଦ୍ଧ ବୟସର ଭୋଟର, ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତଙ୍କ ନିମନ୍ତେ ପୋଷ୍ଟାଲ ବାଲାଟରେ ମତ ଗ୍ରହଣ କରାଯିବ।
ଏହି ପ୍ରକିୟାରେ ମାଇକ୍ରୋ ଅବଜରଭର, ପ୍ରିଜାଇଡିଂ ଅଫସର, ପୋଲିଙ୍ଗ ଅଫସର ସମେତ ସୁରକ୍ଷା କର୍ମୀ ଭୋଟରଙ୍କ ଘର ଘର ବୁଲି ମତ ଗ୍ରହଣ କରିବେ । କୌଣସି ପ୍ରକାର ଅପ୍ରତିକର ପରିସ୍ଥିତି ଉପୁଜି ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। ପିପିଲିରେ ମୋଟ ୧୦୭୭ ପୋଷ୍ଟର ବାଲାଟ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ପିପିଲିର ୩୬୫ ଓ ଡେଲାଙ୍ଗର ୭୧୨ ଜଣ। ପୂର୍ବରୁ ୧୩୮ ଭୋଟର ମତଦାନ ଦେଇଥିଲେ ଯାହାକୁ କାଏମ ରଖାଯାଇଛି।
ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ପୋଷ୍ଟାଲ ବାଲାଟ ଗ୍ରହଣ କରାଯାଉଛି। ୧୦୭୭ ପୋଷ୍ଟର ବାଲାଟ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୮୦ ବର୍ଷରୁ ଅଧିକ ଲୋକ, ଭିନ୍ନକ୍ଷମ, କୋଭିଡ ସଂକ୍ରମିତ ବି ଅଛନ୍ତି ।
ଏହି ପ୍ରକ୍ରିୟାରେ ୭ ପୁଲିଂ ପାର୍ଟିଙ୍କୁ ମୁତୟନ କରାଯାଇଛି। ମାଇକ୍ରୋ ଅବଜରଭର, ପୁଲିସ୍, ପୁଲିଂ ପର୍ସନ, ଭିଡିଓଗ୍ରାଫିଙ୍କୁ ଏଥିରେ ସାମିଲ କରାଯାଇଛି। ସେମାନେ ଅଲଗା ଅଲଗା ରୁଟ୍ରେ ଯାଇ ଭୋଟ ଗ୍ରହଣ କରିବେ। ଆସନ୍ତା ୩, ୪ ଦିନ ମଧ୍ୟରେ ଏହି ପ୍ରକ୍ରିୟା ସରିବ ।
ଆସନ୍ତା ୩୦ ତାରିଖରେ ପିପିଲି ନିର୍ବାଚନ ହେବାକୁ ଥିବା ବେଳେ ଗତ ୨୦ ତାରିଖରୁ ବିଭିନ୍ନ ରାଜନୈତିକ ପାର୍ଟି ନିଜ ନିଜ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ କଟକଣା ମଧ୍ୟରେ ନିର୍ବାଚନୀ ପ୍ରଚାର କରିବାକୁ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୋଟର ରାଲି, ସାଇକେଲ ରାଲି, ବାଇକ ରାଲିକୁ ପରମିଶନ ଦିଆଯାଇନି। କିଛି ଜାଗାରେ କୋଭିଡ ନିୟମ ଉଲ୍ଲଘଂନ ଖବର ମିଳିଛି। ଏଥିପାଇଁ ତହସିଲଦାର ଓ ଆଇଆଇସିଙ୍କୁ ନେଇ ଜଏଣ୍ଟ କୋଭିଡ ଟିମ୍ ଗଠିତ ହୋଇଛି । କୋଭିଡ ନିୟମ ଉଲ୍ଲଘଂନ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
The post ପିପିଲି ଉପନିର୍ବାଚନ: ଆଜିଠୁ ପୋଷ୍ଟାଲ ବାଲଟ ପେପରରେ ମତଦାନ appeared first on Odisha Reporter.
from Odisha Reporter https://ift.tt/3EHwt6J
No comments:
Post a Comment