ପତ୍ନୀ ଆତ୍ମହତ୍ୟା କରିବା ବେଳେ ଭିଡିଓ ଶୁଟିଂ କଲେ, ସମ୍ପର୍କୀୟଙ୍କୁ ପଠାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 23, 2021

ପତ୍ନୀ ଆତ୍ମହତ୍ୟା କରିବା ବେଳେ ଭିଡିଓ ଶୁଟିଂ କଲେ, ସମ୍ପର୍କୀୟଙ୍କୁ ପଠାଇଲେ

ନେଲ୍ଲୋର: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଆତ୍ମହତ୍ୟା କରିବା ବେଳର ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡିଂ କରିଛନ୍ତି। ଏହାପରେ ସେ ଏହି ଭିଡିଓକୁ ତାଙ୍କ ସମ୍ପର୍କୀୟମାନଙ୍କୁ ପଠାଇଛନ୍ତି। ହେଲେ ପତ୍ନୀ ଜୀବନ ହାରୁ ଥିବା ବେଳେ ସେ କୌଣସି ପ୍ରକାରର ପ୍ରତିବାଦ କରିନାହାନ୍ତି। ଏହି ଘଟଣାରେ ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଏପରି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୯ ବର୍ଷୀୟ କୋଣ୍ଡାମ୍ମା ୧୨ ବର୍ଷ ତଳେ ପେଞ୍ଚାଲିଆ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବିବାହ ପରେ ଦମ୍ପତି ଅତ୍ମାକୁର ସହରରେ ରହୁଥିଲେ। ସେମାନଙ୍କର ଦୁଇ ଜଣ ସନ୍ତାନ ମଧ୍ୟ ରହିଛନ୍ତି। ବାହାଘରର ୧୨ ବର୍ଷ ପରେ ହଠାତ୍‌ ବୈବାହିକ ଜୀବନରେ ସୃଷ୍ଟି ହୋଇଥିଲା ଝଡ଼।

ପତ୍ନୀ କୋଣ୍ଡାମ୍ମାଙ୍କ ଚରିତ୍ରକୁ ସନ୍ଦେହ କରିଥିଲେ ପେଞ୍ଚାଲିଆ। ପତ୍ନୀ ପର ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ପେଞ୍ଚାଲିଆ ସନ୍ଦେହ କରିଥିଲେ। ଏଥିପାଇଁ ସେ କୋଣ୍ଡାମ୍ମାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ପ୍ରାୟ ପ୍ରତିଦିନ ପରକୀୟାପ୍ରୀତି ସନ୍ଦେହ ଯୋଗୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା।

ମଙ୍ଗଳବାର ରାତିରେ କିନ୍ତୁ ଝଗଡ଼ା ସବୁ ସୀମା ପାର କରି ଯାଇଥିଲା। ସେଦିନ ରାତିରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପାଟିତୁଣ୍ଡ ଭୀଷଣ ରୂପ ନେଇଥିଲା। ଏଥିରେ ରାଗି ଯାଇ କୋଣ୍ଡାମ୍ମା ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ଆଗରେ ହିଁ ଘରର ଫ୍ୟାନରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଥିଲେ।

କୋଣ୍ଡାମ୍ମା ଆତ୍ମହତ୍ୟା କରିବା ପରେ ପେଞ୍ଚାଲିଆ ତାଙ୍କୁ ଆଦୌ ଅଟକାଇ ନଥିଲେ। ବରଂ ମୋବାଇଲରେ ସେ କେମିତି ଆତ୍ମହତ୍ୟା କରୁଛନ୍ତି, ତା’ର ଦୃଶ୍ୟକୁ ରେକର୍ଡିଂ କରିଥିଲେ। ଖାଲି ସେତିକି ନୁହେଁ, ଏହାପରେ ସେ କୋଣ୍ଡାମ୍ମାଙ୍କ ପରିବାର ଲୋକଙ୍କୁ ଏହାକୁ ପଠାଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସେହିପରି କୋଣ୍ଡାମ୍ମାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ୍ ଗୋଟିଏ ମାମଲା ରୁଜୁ କରି ପେଞ୍ଚାଲିଆଙ୍କୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଆତ୍ମକୁର ସବ୍‌ ଇନସପେକ୍ଟର ଶିବଶଙ୍କର କହିଛନ୍ତି।

ତାଙ୍କ କହିବା ଅନୁଯାୟୀ, କୋଣ୍ଡାମ୍ମାଙ୍କୁ ତାଙ୍କ ସ୍ୱାମୀ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ। ଏହି କାରଣରୁ ସେ ଏପରି ଚରମପଦକ୍ଷେପ ନେଇଛନ୍ତି। ପୁଲିସ୍‌ ମାମଲା କରିଛି। ଘଟଣାରେ ସାମିଲ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

The post ପତ୍ନୀ ଆତ୍ମହତ୍ୟା କରିବା ବେଳେ ଭିଡିଓ ଶୁଟିଂ କଲେ, ସମ୍ପର୍କୀୟଙ୍କୁ ପଠାଇଲେ appeared first on Odisha Reporter.



from Odisha Reporter https://ift.tt/3kBeXt3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages