ନୂଆଦିଲ୍ଲୀ: ଜଣେ ୫୨ ବର୍ଷୀୟା ମହିଳା ୫ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀରେ ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ନେହା ବର୍ମା।
ପୁଲିସ୍ କହିଛି, ମୁଖାର୍ଜୀ ନଗରର ନିରଙ୍କରୀ କଲୋନୀରେ ନେହା ବର୍ମା ରହୁଥିଲେ। ତାଙ୍କ ସ୍ୱାମୀ ଧର୍ମ ବର୍ମାଙ୍କ ସେ ସେଠାରେ ରହୁଥିଲେ। ମଙ୍ଗଳବାର ଧର୍ମ ବର୍ମା ବାହାରକୁ ଯାଇଥିଲେ। ସେ ଫେରିବା ପରେ ନେହା ବର୍ମା ଆତ୍ମହତ୍ୟା କରିଥିଲେ। ଯେତେବେଳେ ଧର୍ମ କାର୍ ଧରି ଆପାର୍ଟମେଣ୍ଟ କ୍ୟାମ୍ପସକୁ ପ୍ରବେଶ କଲେ ସେତେବେଳେ ନେହା ବାଲ୍କୋନୀ ଉପରକୁ ତଳକୁ ଡେଇଁ ପଡ଼ିଥିଲେ। ଆଉ ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି।
ନେହା ଓ ଧର୍ମଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ସେମାନେ ଆମେରିକାରେ ରହନ୍ତି। ନେହା ଓ ଧର୍ମ ପରସ୍ପରଠାରୁ ଅଲଗା ହେବାକୁ ଚାହୁଁଥିଲେ ବୋଲି ଜଣାପଡ଼ିଛି।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୫ମ ମହଲାରେ ଥିବା ନିଜ ଘରୁ ଡେଇଁ ପଡ଼ିବା ପୂର୍ବରୁ ନେହା ବର୍ମା ତାଙ୍କ ସ୍ୱାମୀଙ୍କ ମୋବାଇଲ୍ ଫୋନ୍କୁ ଏକ ମେସେଜ୍ ପଠାଇଥିଲେ। ଏଥିରେ ସେ ‘ଆଇ ଲଭ୍ ୟୁ’ ଲେଖିଥିଲେ।
ପୁଲିସ୍ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଓ ମୃତ ମହିଳାଙ୍କ ମୋବାଇଲ୍ ଫୋନ୍କୁ ଜବତ କରି ଯାଞ୍ଚ କରୁଛି। ନେହାଙ୍କ ପୁଅଝିଅ ଦିଲ୍ଲୀରେ ପହଞ୍ଚିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ୍ କହିଛି।
The post ସ୍ୱାମୀଙ୍କୁ ଦେଖି ୫ ମହଲା ତଳକୁ ଡେଇଁ ପଡ଼ିଲେ ମହିଳା appeared first on Odisha Reporter.
from Odisha Reporter https://ift.tt/2XBXPu2
No comments:
Post a Comment