ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ନେତୃତ୍ୱରେ ଚାଲିବ ତାଲିବାନୀ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 9, 2021

ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ନେତୃତ୍ୱରେ ଚାଲିବ ତାଲିବାନୀ ସରକାର

ନୂଆଦିଲ୍ଲୀ: ମଙ୍ଗଳବାର ଆଫଗାନିସ୍ତାନରେ ଅସ୍ଥାୟୀ ସରକାର ଗଠନ କରିଥିବା ତାଲିବାନ ଏବେ ସର୍ବୋଚ୍ଚ ନେତାଙ୍କ ନାଁ ଘୋଷଣା କରିଛି। ତାଲିବାନର ଅସ୍ଥାୟୀ ସରକାରରେ ମୁଲ୍ଲା ହସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଏବେ ତାଙ୍କ ଉପରେ ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା ନିଯୁକ୍ତି ପାଇଛନ୍ତି।

ଏହାର ଅର୍ଥ ତାଙ୍କ ନେତୃତ୍ୱରେ ହିଁ ଆଫଗାନର ତାଲିବାନ ସରକାର କାମ କରିବ। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଆଫଗାନିସ୍ତାନର ନୂଆ ସରକାର ଇସଲାମିକ ଏମିରତ ଅଫ ଆଫଗାନିସ୍ତାନ ଭାବେ ନାମିତ ହେବ। ଏହାର ନେତୃତ୍ୱ ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା ନେବେ।

ମୁଲ୍ଲା ଅଖୁନ୍ଦଜାଦା ଏବେ ତାଲିବାନର ସୁପ୍ରିମ ଲିଡର ଅଛନ୍ତି। ତାଙ୍କ ନିର୍ଦ୍ଦେଶରେ ସଂଗଠନ ସବୁ କାମ କରୁଛି। ତାଲିବାନୀ ସରକାରରେ ମଧ୍ୟ ତାଙ୍କର ଦବଦବା ରହିବ। ଅଖୁନ୍ଦଜାଜା ୨୦୧୬ରୁ ତାଲିବାନର ରାଜନୀତିକ, ଧାର୍ମିକ ଓ ପ୍ରତିରକ୍ଷା ସମ୍ପର୍କିତ ସବୁ କଥା ବୁଝୁଛନ୍ତି। ଚଳିତ ସପ୍ତାହରେ ତାଲିବାନ ଆଫଗାନିସ୍ତାନରେ ଅସ୍ଥାୟୀ ସରକାର ଗଠନ ସମ୍ପର୍କରେ ଘୋଷଣା କରିଥିଲା।

ସଂଗଠନର ଘୋଷଣା ଅନୁଯାୟୀ, ମୁଲ୍ଲା ହସନ ଅଖୁନ୍ଦଜାଦା ଦେଶର କାମଚଳା ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ମୁଲ୍ଲା ଅବଦୁଲ ଘନି ବରାଦର ଓ ମୌଲବୀ ହନାଫୀ ତାଙ୍କ ଡେପୁଟି ଭାବେ କାର୍ଯ୍ୟ କରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ତାଲିବାନୀ ସରକାରରେ ଥିବା ୩୩ ଜଣ ସଦସ୍ୟଙ୍କ ମଧ୍ୟରୁ ୧୮ ଜଣଙ୍କୁ ମିଳିତ ଜାତିସଂଘ ଓ ଅନ୍ୟାନ୍ୟ ଦେଶ ପକ୍ଷରୁ ଆତଙ୍କବାଦୀର ମାନ୍ୟତା ମିଳିଛି।

ତଥାପି ସେମାନଙ୍କୁ ମନ୍ତ୍ରୀ ପଦ ମିଳିଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ତାଲିବାନ ପରି ହସ୍ତକ୍ଷେପକୁ ସହଜରେ ଗ୍ରହଣ କରିପାରୁନି। କେହି ଆଫଗାନ ବ୍ୟପାରାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ସଂଗଠନ କହିଛି।

The post ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ନେତୃତ୍ୱରେ ଚାଲିବ ତାଲିବାନୀ ସରକାର appeared first on Odisha Reporter.



from Odisha Reporter https://ift.tt/3jVWdnB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages