ଷ୍ଟଫଡ୍ ମସରୁମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 9, 2021

ଷ୍ଟଫଡ୍ ମସରୁମ୍

ଆବଶ୍ୟକ ସାମଗ୍ରୀ: ବଟମ ଛତୁ,  କର୍ଣ୍ଣଫ୍ଲୋର, ବେସନ, ହଳଦୀ ଗୁଣ୍ଡ,  ଗରମ ମସଲା, ଦହି, ଲୁଣ, ତେଲ, କଟା କଞ୍ଚା ଲଙ୍କା, କଟା ପିଆଜ, ପନିର କୋରା, ଶୁଖିଲା ଲଙ୍କା, ଗୁଣ୍ଡ, କଟା କ୍ୟାପସିକମ, ଗୋଲମରିଚ ଗୁଣ୍ଡ ଓ ମକା ଓ ବ୍ଲେଡକର୍ଣ୍ଣ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଟମ ଛତୁକୁ ଭଲ ଭାବରେ ଧୋଇ ରଖନ୍ତୁ। ପରେ ଛତୁର ଡେମ୍ଫକୁ ବାହାର କରି ଦିଅନ୍ତୁ। ଏହାପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର ନିଅନ୍ତୁ। ସେଥିରେ ବେସନ,ହଳଦୀ ଗୁଣ୍ଡ, ଗରମ ମସଲା, ଦହି, ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଆଣ ପ୍ରସ୍ତୁତ କରନ୍ତୁ। ପରେ କରେଇରେ ତେଲ ଗରମ କରି ପ୍ରଥମେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜଟି ଟିକେ ଭାଜି ହେବାପରେ ସେଥିରେ କଟା କ୍ୟାପସିକମ, ପନିର କୋରା, କଟା କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ମକା ପକାନ୍ତୁ। ଏହାକୁ କିଛି ସମୟ ଭଲ ଭାବରେ ଭାଜନ୍ତୁ। ଏହା ଭାଜି ହେବା ପରେ  ମସଲାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।  ଏହାପରେ ବଟମ ଛତୁ ଭିତରେ ମସଲାକୁ ପୂରାଇ ପ୍ରସ୍ତୁତ ଆଣରେ ବୁଡ଼ାନ୍ତୁ ଏବଂ ଏହାକୁ ବ୍ଲେଡକର୍ଣ୍ଣରେ ଗୋଳାଇ ଛାଣନ୍ତୁ।  ପ୍ରସ୍ତୁତ ହୋଇଗଲା ଷ୍ଟଫଡ୍ ମସରୁମ୍।

 

 

The post ଷ୍ଟଫଡ୍ ମସରୁମ୍ appeared first on Odisha Reporter.



from Odisha Reporter https://ift.tt/2VqfpAm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages