କାବୁଲ: ଆଫଗାନିସ୍ତାନରେ ଗଠନ ହୋଇଥିବା ତାଲିବାନ ସରକାରରେ ଏକାଧିକ ଆତଙ୍କବାଦୀ ସ୍ଥାନ ପାଇଥିବାରୁ ଆମେରିକା ଚିନ୍ତା ପ୍ରକଟ କରିଛି। ବିଶେଷ କରି ଏକାଧିକ ଆତଙ୍କୀ ଆକ୍ରମଣରେ ସାମିଲ ଥିବା ହକ୍କାନୀ ନେଟୱର୍କ ସିରାଜୁଦ୍ଦିନ ହକ୍କାନୀକୁ ତାଲିବାନ ଗୃହ ମନ୍ତ୍ରୀ କରିଥିବାରୁ ଏହାକୁ କୌଣସି ରାଷ୍ଟ୍ର ସହଜରେ ଗ୍ରହଣ କରିପାରୁ ନାହାନ୍ତି।
ଆମେରିକା ମଧ୍ୟ ହକ୍କାନୀ ମୁଣ୍ଡରେ କୋଟିକୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି। ଏହା ସତ୍ତ୍ୱେ ତାକୁ ମନ୍ତ୍ରୀ ପଦ ମିଳିବା ଠିକ୍ ନୁହେଁ ବୋଲି ଆମେରିକା କହିଛି ଓ ତାଲିବାନ ସରକାରର ଟ୍ରାକ୍ ରେକର୍ଡ ଉପରେ ପ୍ରଶ୍ନ ଉଠାଇଛି।
ତେବେ ଆମେରିକାର ବିରୋଧକୁ ଦେଖି ତାଲିବାନ ମଧ୍ୟ ପାଲଟା ଜବାବ ଦେଇଛି। ସଂଗଠନ ପକ୍ଷରୁ ଆମେରିକାକୁ ଖୋଲାଖୋଲି ଧମକ ଦିଆଯିବା ସହ ନିଜ ଆଚରଣ ଓ ଉଚ୍ଚାରଣରେ ସୁଧାର ଆଣିବାକୁ ପରାମର୍ଶ ଦିଆଯାଇଛି।
ତାଲିବାନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଆମେରିକା ହକ୍କାନୀ ଗ୍ରୁପ୍କୁ ନେଇ ଯେଉଁ ବୟାନ ଜାରି କରିଛି, ତାହା ଦୋହାରେ ହୋଇଥିବା ଏଗ୍ରିମେଣ୍ଟର ଉଲ୍ଲଙ୍ଘନ। ଏପରି ବୟାନ ଆଫଗାନିସ୍ତାନ କିମ୍ବା ଆମେରିକା ପାଇଁ ଆଦୌ ଶୁଭଙ୍କର ନୁହେଁ। ହକ୍କାନୀ ସାହେବଙ୍କ ପରିବାର ଇସଲାମିକ ଏମିରାତର ଅଂଶବିଶେଷ। ସେମାନେ ଆମ ଠାରୁ ଆଦୌ ଅଲଗା ନୁହନ୍ତି।
ଦୋହା ଏଗ୍ରିମେଣ୍ଟରେ ଅନୁଯାୟୀ ଇସଲାମିକ ଏମିରାତର ସବୁ ସଦସ୍ୟଙ୍କୁ ମିଳିତ ଜାତିସଂଘ ଓ ଆମେରିକା କଳା ତାଲିକାରୁ ତୁରନ୍ତ ହଟାଇ ଦେବା ଦରକାର। ଏପରି ଦାବି ଦୀର୍ଘ ଦିନରୁ କରାଯାଉଛି। ଆମେରିକା ଓ ଅନ୍ୟ ଦେଶଗୁଡ଼ିକ ଇସଲାମିକ ଏମିରାତକୁ ନେଇ ଯେଉଁସବୁ ବୟାନ ଦେଉଛନ୍ତି, ତା’କୁ କେବେ ହେଲେ ବରଦାସ୍ତ କରାଯାଇ ପାରିବ ନାହିଁ। ଏପରି ବୟାନକୁ ତୁରନ୍ତ ବନ୍ଦ କରାଯିବା ଉଚିତ। ଆମେରିକା ନିଜ ନୀତିରେ ପରିବର୍ତ୍ତନ କରୁ ବୋଲି ସଂଗଠନ କହିଛି।
Latest US position regarding blacklist is a violation of Doha Agreementhttps://t.co/Cdj8GUKc1g
— Zabihullah (..ذبـــــیح الله م ) (@Zabehulah_M33) September 9, 2021
ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, “ଆଫଗାନିସ୍ତାନର ବ୍ୟାପାରରେ ଆମେ କାହାକୁ ହସ୍ତକ୍ଷେପ କରିବା ପାଇଁ ଦେବୁନାହିଁ। ସରକାର ନାଁ, ଏହାର ବ୍ୟବସ୍ଥା, ନୀତି ଓ ସଦସ୍ୟମାନେ କେବଳ ଆଫଗାନବାସୀଙ୍କର। ଏହା ଉପରେ ନିଷ୍ପତ୍ତି କେବଳ ଆମେ ନେବୁ।”
The post ହକ୍କାନୀ ପାଇଁ ଆମେରିକାକୁ ଖୋଲା ଧମକ ଦେଲା ତାଲିବାନ appeared first on Odisha Reporter.
from Odisha Reporter https://ift.tt/3l6KOkm
No comments:
Post a Comment