ବାଚସ୍ପତିଙ୍କୁ ଘେରିଲେ ବିରୋଧୀ, ଗୃହ ମୁଲତବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 8, 2021

ବାଚସ୍ପତିଙ୍କୁ ଘେରିଲେ ବିରୋଧୀ, ଗୃହ ମୁଲତବୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆରମ୍ଭରୁ ବିଧାନସଭାରେ ଦେଖାଦେଇଛି ହଙ୍ଗାମା । କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ବିଧାନସଭାକୁ ଅଚଳ କରି ଦେଇଛନ୍ତି ବିରୋଧୀ। ଏପରିକି ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଇ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ ।

ବାଚସ୍ପତିଙ୍କୁ ଘେରାଉ କରାଯିବାରୁ ସାଢ଼େ ୧୧ଟା ପରେ ଗୃହକୁ ସେ ନିଜ ଚାମ୍ବରରୁ ଆସିପାରିନଥିଲେ ।  ଏହା ପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି । ଫଳରେ ଆଜି କୌଣସି ଗୃହକାର୍ଯ୍ୟ ହୋଇପାରିନାହିଁ ।

ସୂଚନାଯୋଗ୍ୟ, କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା । ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସର ମୁଲତବୀ ନୋଟିସକୁ ବାଚସ୍ପତି ଗ୍ରହଣ ନ କରିବାରୁ ଦଳର ବିଧାୟକ ହଙ୍ଗାମା କରିଥିଲେ । ବିଜେପି ସଦସ୍ୟ ବି ପାଟିତୁଣ୍ଡ କରିଥିଲେ । ଏହାପରେ  ବାଚସ୍ପତିଙ୍କୁ ଘେରାଉ କରାଯିବାରୁ ସାଢ଼େ ୧୧ଟା ପରେ ଗୃହକୁ ସେ ନିଜ ଚାମ୍ବରରୁ ଆସିପାରିନଥିଲେ । ଏହା ପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି ।

କିନ୍ତୁ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେ । ଏନେଇ ସେ କହିଛନ୍ତି, -“ଆଜି ବିଧାନସଭା ଗୃହରେ ଯାହା ଘଟିଲା, ତାହାକୁ କଡ଼ା ଭାଷାରେ ନିନ୍ଦା କରୁଛି। ପ୍ରଥମେ ବିରୋଧୀ ଗୋଟିଏ ନିୟମାବଳୀ କରି ଖେଳ ଖେଳିଲେ, ଯେତେବେଳେ ଦେଖିଲେ କିଛି ହେଉ ନାହିଁ ତୁରନ୍ତ ନିୟମ ବଦଳାଇ ଗୋଲ ପୋଷ୍ଟ ବଦଳାଉଛନ୍ତି।”

ଏହାବାଦ ସେ କହିଛନ୍ତି, ରାଜ୍ୟରେ ଏବେ ଚାଷୀ ଓ ଚାଷ ସମସ୍ୟାକୁ ନେଇ ପ୍ରବଳ ଉଦବେଗ୍‌ ପ୍ରକାଶ ପାଇଛି। ହେଲେ ବିରୋଧୀ ଚାଷୀଙ୍କୁ ଭୁଲିଗଲେ। ଚାଷୀ ନାଁ ନେଇ ସେମାନେ ରାଜନୀତି କରୁଛନ୍ତି, କିନ୍ତୁ ଏହାର ଗଭୀରତାକୁ ଯାଉ ନାହାନ୍ତି। କାଳେ ନିଜେ ଧରା ପଡ଼ିଯିବେ ସେଥିଲାଗି ପ୍ରସଙ୍ଗ ବଦଳାଉଛନ୍ତି।ବାଚସ୍ପତିଙ୍କୁ ଘେରାଉ କରିବା ରାଜନୈତିକ ନାଟକ । ରାଜ୍ୟ ସରକାର ପଳାୟନ ପନ୍ଥୀ ନୁହନ୍ତି। ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ।

ଏନେଇ ବିଜେପି ବିଧାନ ମୋହନ ମାଝି କହିଛନ୍ତି,  କଂଗ୍ରେସ ତରଫରୁ ଖଣିକୁ ନେଇ ମୁଲତବୀ ପ୍ରସ୍ତାବ ଆସିଥିବା ବେଳେ ବାଚସ୍ପତି ତାହାକୁ କାଟି ଦେଇଥିଲେ। ଗତ ଥର ବି ତାହାହିଁ କରିଥିଲେ। ତେଣୁ ରାଜ୍ୟ ସରକାର ଖଣି ଦୁର୍ନୀତିରେ ଲିପ୍ତ ଥିବା ଏହାଦ୍ୱାରା ସ୍ପଷ୍ଟ ପ୍ରମାଣିତ ହେଉଛି। ତେଣୁ ବିଜେପିର ୨୦ ବିଧାୟକ ଓ କଂଗ୍ରେସର ସମସ୍ତ ବିଧାୟକ ବାଚସ୍ପତିଙ୍କୁ ତାଙ୍କ ଚାମ୍ବରରେ ଘେରାଉ କରାଯାଇଛି। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ସମ୍ମତି ପ୍ରକାଶ ନ କରିବା ପର୍ଯ୍ୟନ୍ତ ତାଙ୍କୁ ଛଡ଼ା ଯିବ ନାହିଁ।

ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ରାଜ୍ୟ ସରକାର ଖଣି ଦୁର୍ନୀତିରେ ଲିପ୍ତ ଥିବା ବେଳେ ଆଲୋଚନା କରିବାକୁ ଡରୁଛନ୍ତି। ସେଥିପାଇଁ ବିଧାନସଭା ଅଚଳ କରି ଦିଆଯାଇଛି।

The post ବାଚସ୍ପତିଙ୍କୁ ଘେରିଲେ ବିରୋଧୀ, ଗୃହ ମୁଲତବୀ appeared first on Odisha Reporter.



from Odisha Reporter https://ift.tt/3E6K6fJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages