ଚିଟ୍‌ଫଣ୍ଡରୁ କୋଟି କୋଟି ଟଙ୍କା ଲୁଟି ତିଆରି କରୁଥିଲେ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 8, 2021

ଚିଟ୍‌ଫଣ୍ଡରୁ କୋଟି କୋଟି ଟଙ୍କା ଲୁଟି ତିଆରି କରୁଥିଲେ ଫିଲ୍ମ

ବିଶାଖାପାଟଣା:  ଚିଟ୍‌ଫଣ୍ଡ ଲିଙ୍କରେ ଗିରଫ ହୋଇଥିବା ବିଶାଖାପାଟଣାର ପୂର୍ବତନ ବିଧାୟକଙ୍କ ଫିଟୁଛି ଗୁମର। ସାମ୍ନାକୁ ଆସିଛି ତାଙ୍କର ଟଲିଉଡ ଲିଙ୍କ। ଗ୍ରାହକଙ୍କଠାରୁ କୋଟି କୋଟି ଟଙ୍କା ଠକି ସେ ତିଆରି କରୁଥିଲେ ତେଲୁଗୁ ଫିଲ୍ମ। ଏନେଇ ମାମଲାର ତଦନ୍ତ କରୁଥିବା ଅର୍ଥନୈତିକ ଅପରାଧ ଶାଖାର ଏସ୍ପି ଗାଗାରିନ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଗିରଫ ପୂର୍ବତନ ବିଧାୟକ ଏମ୍‌ଭି ପ୍ରସାଦ ଜଣେ ନାମୀଦାମୀ ପ୍ରଯୋଜକ ମଧ୍ୟ ଥିଲେ। ଚିଟଫଣ୍ଡ ବାବଦକୁ କୋଟି କୋଟି ଟଙ୍କା ଲୁଟି ଫିଲ୍ମ ଜଗତରେ ବିନିଯୋଗ କରିଥିଲେ। ବଡ଼ ବଡ଼ ବ୍ୟାନରରେ ଫିଲ୍ମ ତିଆରି କରୁଥିଲେ ସେ।

ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀ ନାଁରେ ଏମ୍‌ଭି ପ୍ରସାଦ ୧୨ ଶହ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ୨୦୦୧ରୁ ସେ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ର ବିଭିନ୍ନ ଅଞ୍ଚଳର ଲୋକଙ୍କଠାରୁ ଜମା ସଂଗ୍ରହ କରି ସେହି ଟଙ୍କା ଆଉ ଫେରାଇ ନ ଥିଲେ। ଠକେଇ ଅଭିଯୋଗରେ ବିଶାଖାପାଟଣା ପଶ୍ଚିମ ଜୋନ୍‌ ପୂର୍ବତନ ବିଧାୟକ ଏମ୍‌ଭି ପ୍ରସାଦଙ୍କୁ ଇଓଡବ୍ଲୁ ଗିରଫ କରିଥିଲା।  ଏଥିସସହ ପ୍ରସାଦଙ୍କ ଘରେ ଚଢ଼ଉ କରି ୪୫ ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ଇଓଡବ୍ଲୁ।

ଚିଟଫଣ୍ଡ ଠକେଇ ଅଭିଯୋଗରେ ଗିରଫ ପରେ ଗତକାଲି ଏମ୍‌ଭି ପ୍ରସାଦଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର  ତାଙ୍କୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ସୋମବାର ତାଙ୍କ ଜାମିନ ଆବେଦନର ଶୁଣାଣି ହେବ।

ପ୍ରକାଶ ଥାଉକି ଏମ. ବିଜୟ ପ୍ରସାଦ ୨୦୦୯ ମସିହାରେ ଆନ୍ଧ୍ରପ୍ରଦେଶ କଂଗ୍ରେସ ଦଳର ପ୍ରାର୍ଥୀ ରୂପେ ବିଶାଖାପାଟଣା ପଶ୍ଚିମ ଜୋନ ଆସନରୁ ବିଜୟୀ ହୋଇଥିଲେ।  ସେ ୨୦୧୯ ମସିହାରେ ୱାଇଏସଆର କଂଗ୍ରେସ ଦଳରେ ଯୋଗ ଦେଇଥିଲେ କିନ୍ତୁ ଚଳିତ ଥର ସେ ନିର୍ବାଚନ ହାରିଯାଇଥିଲେ। ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶ ଶିକ୍ଷା ଓ ୱେଲଫେର ଡେଭଲପମେଣ୍ଟ କର୍ପୋରେସନର ଚେୟାରମେନ୍‌ ଅଛନ୍ତି।

The post ଚିଟ୍‌ଫଣ୍ଡରୁ କୋଟି କୋଟି ଟଙ୍କା ଲୁଟି ତିଆରି କରୁଥିଲେ ଫିଲ୍ମ appeared first on Odisha Reporter.



from Odisha Reporter https://ift.tt/2VmCLXC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages