ଧର୍ମେନ୍ଦ୍ରଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 8, 2021

ଧର୍ମେନ୍ଦ୍ରଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ୱ

ନୂଆଦିଲ୍ଲୀ: ୨୦୨୨ରେ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତାରଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ବିଜେପି ପକ୍ଷରୁ ଏହି ସବୁ ରାଜ୍ୟ ଗୁଡ଼ିକ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି।

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଏହା ସହିତ ୭ ଜଣଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସହ-ପ୍ରଭାରୀମାନେ ହେଲେ- ଅନୁରାଗ ଠାକୁର, ଅର୍ଜୁନରାମ ମେଘୱାଲ, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ୍ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ ବିବେକ ଠାକୁର।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ୪୦୩ଟି ବିଧାନସଭା ଆସନ ରହିଛି। ୨୦୧୭ ନିର୍ବାଚନରେ ବିଜେପି ୩୧୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ୭ଟି, ସମାଜବାଦୀ ପାର୍ଟି ୪୭ଟି ଓ ବିଏସ୍‌ପି ୧୯ଟି ଆସନ ଜିତିଥିଲା।

ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପଞ୍ଜାବର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି ବିଜେପି। ହରଦୀପ ସିଂହ ପୁରୀ, ମୀନାକ୍ଷୀ ଲେଖି ଓ ବିନୋଦ ଚାବଦାଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ପଞ୍ଜାବରେ ୧୧୭ଟି ଆସନ ଥିବା ବେଳେ ଏବେ ସେଠାରେ କଂଗ୍ରେସ ଶାସନ କରୁଛି।

ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଉତ୍ତରାଖଣ୍ଡର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଛି। ତାଙ୍କୁ ସହଯୋଗ କରିବା ପାଇଁ ସହ-ପ୍ରଭାରୀ ଦାୟିତ୍ୱ ଲୋକେତ ଚାଟାର୍ଜୀ ଓ ସର୍ଦ୍ଦାର ଆର୍.ପି ସିଂହଙ୍କୁ ଦିଆଯାଇଛି। ଏଠାରେ ୭୦ଟି ବିଧାନସଭା ଆସନ ରହିଛି।

ଗୋଆର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ଦିଆଯାଇଥିବା ବେଳେ ମଣିପୁର ପାଇଁ ଭୂପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି।

The post ଧର୍ମେନ୍ଦ୍ରଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ୱ appeared first on Odisha Reporter.



from Odisha Reporter https://ift.tt/2X42K78

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages