ଆତଙ୍କବାଦୀଙ୍କୁ ସମର୍ଥନ କରି ବିଶ୍ୱରେ ପରିଚିତ ପାକିସ୍ତାନ: ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ଆତଙ୍କବାଦୀଙ୍କୁ ସମର୍ଥନ କରି ବିଶ୍ୱରେ ପରିଚିତ ପାକିସ୍ତାନ: ଭାରତ

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ। ପୁଣି ଜାତିସଙ୍ଘରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମିଳିତ ଜାତିସଂଘର ସାଧାରଣ ସଭାର ବ୍ୟବହାର କରି ଭାରତ ବିରୁଦ୍ଧରେ ପ୍ରଚାର ପ୍ରସାର କରିଛନ୍ତି, କିନ୍ତୁ ତାଙ୍କର ଚାଲ୍‌ ବିଫଳ ହୋଇଛି। ଜମ୍ମୁ କଶ୍ମୀର ପ୍ରସଙ୍ଗ ଉଠାଇ ପୁଣି ଭାରତକୁ ଘେରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। କିନ୍ତୁ ଭାରତ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି। ପାକିସ୍ତାନକୁ ଜାତିସଙ୍ଘରେ କଡା ଭର୍ତ୍ସନା କରିଛି ଭାରତ।

ଆତଙ୍କବାଦୀଙ୍କୁ ପୋଷୁଛି ପାକିସ୍ତାନ। ଏଥିସହ ହତିଆର ମଧ୍ୟ ଯୋଗାଉଛି। ଏହା ସାରା ବିଶ୍ୱ ଜାଣିଛି। ପାକିସ୍ତାନ ସର୍ବଦା ଜାତିସଙ୍ଘର ଭୁଲ୍‌ ବ୍ୟବହାର କରିଛି। କୁଖ୍ୟାତ ଆତଙ୍କବାଦୀ ଓସାବା ବିନ୍‌ ଲାଡେନ୍‌ର ନାଁ ସାମ୍ନାକୁ ଆଣି ସାରା ବିଶ୍ୱ ଆଗରେ ପାକିସ୍ତାନର ରହସ୍ୟ ଖୋଲିଥିଲା ଭାରତ ବୋଲି ଜାତିସଂଘ ସାଧାରଣ ପରିଷଦରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତି।

ସେ କହିଛନ୍ତି, ଆତଙ୍କବାଦୀଙ୍କୁ ପୋଷିବା, ସାହାଯ୍ୟ କରିବା ଓ ସିଧାସଳଖ ସମର୍ଥନ କରିବାରେ ପାକିସ୍ତାନର ଇତିହାସ ଓ ନୀତି ରହିଛି। ଜାତିସଂଘ ନିଷିଦ୍ଧ କରିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ ବିପୁଳସଂଖ୍ୟକ ଆତଙ୍କବାଦୀଙ୍କୁ ପାକିସ୍ତାନ ସହାୟତା ଦେଇଥିବାର ପ୍ରତ୍ୟକ୍ଷ ପ୍ରମାଣ ରହିଛି। ଓସାମା ବିନ୍‌ ଲାଡେନ୍‌ ପାକିସ୍ତାନରେ ଆଶ୍ରୟ ନେଇଥିଲେ। ଆଜି ମଧ୍ୟ ପାକିସ୍ତାନର ନେତୃତ୍ୱ ତାଙ୍କୁ ଜଣେ ‘ସହିଦ’ ଭାବେ ଗୌରବାନ୍ୱିତ କରୁଛି।

ରାଇଟ୍ ଟୁ ରିପ୍ଲାଏ ବ୍ୟବହାର କରି ସ୍ନେହା ଦୁବେ କହିଛନ୍ତି ଯେ, ଏହା ପ୍ରଥମ ଘଟଣା ନୁହେଁ ଯେ ପାକିସ୍ତାନର ଜଣେ ନେତା ଜାତିସଂଘ ପ୍ଲାଟଫର୍ମ ବ୍ୟବହାର କରି ମୋ ଦେଶ ବିରୁଦ୍ଧରେ ମିଥ୍ୟା ଏବଂ କୁତ୍ସିତ ପ୍ରଚାର ପ୍ରସାର କରିଛନ୍ତି। ପାକିସ୍ତାନରେ ଆତଙ୍କବାଦୀମାନେ ମୁକ୍ତ ଭାବେ ବୁଲୁଥିବା ବେଳେ ସାଧାରଣ ଜନତା ବିଶେଷକରି ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଅତ୍ୟାଚାରର ଶିକାର ହେଉଛନ୍ତି। ନିଜ ଦେଶର କରୁଣ ପରିସ୍ଥିତି ଉପରୁ ବିଶ୍ୱର ଦୃଷ୍ଟି ହଟାଇବା ଲାଗି ପାକିସ୍ତାନୀ ନେତା ଏଭଳି ବୃଥା ଉଦ୍ୟମ କରୁଛନ୍ତି।

ପାକିସ୍ତାନକୁ ଉପଯୁକ୍ତ ଉତ୍ତର ଦେଇ ସ୍ନେହା ଦୁବେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଏବଂ ଲଦାଖର ସମଗ୍ର ଅଂଶ ଭାରତର ଏକ ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ। ଏହା ମଧ୍ୟ ସେହି କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରେ ଯାହା ପାକିସ୍ତାନର ବେଆଇନ ଦଖଲରେ ଅଛି। ବେଆଇନ ଦଖଲରେ ଥିବା ସମସ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ଆମେ ପାକିସ୍ତାନକୁ ନିବେଦନ କରୁଛୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ର ପୂର୍ବରୁ ରେକର୍ଡ ହୋଇଥିବା ଏକ ଭାଷଣ ଜାତିସଂଘର ସାଧାରଣ ପରିଷଦ୍‌ ବୈଠକରେ ପ୍ରସାରିତ ହୋଇଥିଲା। ଭାରତ କଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ କରୁଛି ବୋଲି ସେଥିରେ ସେ କହିଥିଲେ।

The post ଆତଙ୍କବାଦୀଙ୍କୁ ସମର୍ଥନ କରି ବିଶ୍ୱରେ ପରିଚିତ ପାକିସ୍ତାନ: ଭାରତ appeared first on Odisha Reporter.



from Odisha Reporter https://ift.tt/3zGGGgf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages