ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧବଳେଶ୍ୱର ନିକଟରୁ ଉଦ୍ଧାର ହୋଇଥିବା ମୃତଦେହ ନିଖୋଜ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କର ବୋଲି ପ୍ରାୟ ଘଣ୍ଟେ ପୂର୍ବେ ଟ୍ୱିଟ କରିଥିଲେ ଏସ୍ଆରସି ପ୍ରଦୀପ ଜେନା। ହେଲେ ଟ୍ୱିଟ କରିବାର ୧୦ ମିନିଟ୍ ପରେ ଏହା ସୀତାରାମଙ୍କ ମୃତଦେହ ନୁହେଁ ବୋଲି ପୁଣି ଥରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛନ୍ତି ଏସ୍ଆରସି।
ଏଥିନିମନ୍ତେ ଏସ୍ଆରସି ଦୁଃଖ ପ୍ରକାଶ କରିବା ସହ ମୋ କାର୍ଯ୍ୟାଳୟକୁ ଆସିଥିବା ତଥ୍ୟ ସମ୍ପୂର୍ଣ୍ଣ ଠିକ୍ ନୁହେଁ ବୋଲି କହିଛନ୍ତି। ଏଥିସହ ଉଦ୍ଧାର ହୋଇଥିବା ମୃତଦେହଟି ନିଖୋଜ ଯବାନଙ୍କର ନୁହେଁ । ଏହି ମୃତଦେହଟି ପଚି ଯାଇଥିବା ବେଳେ ତାହାକୁ ସୀତାରାମଙ୍କ ପରିବାର ଓଡ୍ରାଫ ଟିମ୍ ଚିହ୍ନଟ କରି ନ ଥିବା କହିଛନ୍ତି। ଏଥିସହ ନିଖୋଜ ଯବାନ ସୀତାରାମ ମୁର୍ମୁଙ୍କର ସୂଚନା ମିଳିନି ବୋଲି ଟ୍ୱିଟ କରିଛନ୍ତି।
ଏନେଇ ଏନଡିଆରଏଫ ଅଧିକାରୀ କହିଛନ୍ତି, ମୃତକଜଣକ ନିଖୋଜ ଓଡ୍ରାଫ ଟିମ୍ ସଦସ୍ୟଙ୍କର ନୁହେଁ ବୋଲି ଓଡ୍ରାଫ୍ ଟିମ୍ ସ୍ପଷ୍ଟ କରିଛନ୍ତି। ମୃତଦେହକୁ କଟକ ସେକ୍ଟର-୧୧ ପୁଲିସ୍କୁ ହସ୍ତାନ୍ତର କରାଯାଇଛି। ନିଖୋଜ ଯବାନଙ୍କୁ ଖୋଜିବାକୁ ଏବେ ଏନଡିଆରଏଫର ୪ଟି ଟିମ୍ ନିୟୋଜିତ ହୋଇଛନ୍ତି। ଯେଉଁଠି ଅଘଟଣ ଘଟିଲା, ସେଠାରୁ ଯୋବ୍ରା ପର୍ଯ୍ୟନ୍ତ ୪ଟି ଟିମ୍କୁ ନିୟୋଜିତ କରାଯାଇଛି। ନିଖୋଜ ହାତୀର ବି ସନ୍ଧାନ ମିଳିପାରିନି।
ସୂଚନାଯୋଗ୍ୟ, ଗତକାଲି ମୁଣ୍ଡଳୀଠାରେ ‘ଅପରେସନ ଗଜ ଉଦ୍ଧାର’ ରେ ନିୟୋଜିତ ହୋଇଥିବା ବୋଟ ଓଲଟି ନିଖୋଜ ଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ଆଜି ସକାଳୁ ଏନଡିଆରଏଫ୍ର ୮ଟି ନିୟୋଜିତ ହୋଇଥିଲେ। ସେମାନେ ମହାନଦୀର ୪ଟି ସ୍ଥାନ ମୁଣ୍ଡଳି, ନରାଜ, କାଠଯୋଡ଼ି ଓ ଯୋବ୍ରାରେ ତଲାସୀ କରିଥିବା ବେଳେ ଧବଳେଶ୍ୱର ନିକଟରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା।
ଉଦ୍ଧାର ହୋଇଥିବା ମୃତଦେହଟି ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କର ବୋଲି ଟ୍ୱିଟ କରି ସୂଚନା ଦେଇଥିଲେ ଏସ୍ଆରସି ପ୍ରଦୀପ ଜେନା । ହେଲେ ପରେ ପରେ ତାଙ୍କ କାର୍ଯ୍ୟାଳୟକୁ ଭୁଲ୍ ସୂଚନା ପହଞ୍ଚିଥିବା ବେଳେ ଉକ୍ତ ମୃତଦେହଟି ସୀତାରାମଙ୍କର ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି।
The above info I shared about the missing ODRAF person as received from my office appears to be wrong. One decomposed body that is found is not identified by the family. Mr Murmu’s body not yet traced. Wrong info shared is deeply regretted.
— Pradeep Jena IAS (@PradeepJenaIAS) September 25, 2021
The post ରିଟ୍ୱିଟ କଲେ ଏସଆରସି- ଧବଳେଶ୍ୱରରୁ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ appeared first on Odisha Reporter.
from Odisha Reporter https://ift.tt/3EOwvtz
No comments:
Post a Comment