ଶ୍ରୀଜିଉଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 24, 2021

ଶ୍ରୀଜିଉଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଗସ୍ତରେ ଆସିଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ. ଭି. ରମନ୍ନା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।  ବିଚାରପତି ସିଂହଦ୍ୱାରରେ ପହଞ୍ଚିବା ପରେ ଫାଇଭଟି ସଚିବ ଭି. କେ. ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ଓ ଏସପି ତାଙ୍କୁ ସ୍ୱାଗତ କରିଥିଲେ। ପାରମ୍ପରିକ ବେଶ ପୋଷାକରେ ଥିବା ପ୍ରଧାନ ବିଚାରପତି ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରାୟ ୪୫ ମିନିଟ ସେ ଶ୍ରୀମନ୍ଦିରରେ ବିତାଇବା ସହ ମା ବିମଳା, ମା ଲକ୍ଷ୍ମୀ ଓ ପାଶର୍ବ ଦେବାଦେବୀଙ୍କ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ।

ପ୍ରଧାନ ବିଚାରପତିଙ୍କ କୌଳିକ ପଣ୍ତା ରଜତ ପ୍ରତିହାରୀ ତାଙ୍କ ସହ ଶ୍ରୀମନ୍ଦିରକୁ ଯାଇ ଦର୍ଶନର ବ୍ୟବସ୍ଥା କରିଥିଲେ।  ପ୍ରଧାନ ବିଚାରପତି ଶ୍ରୀମନ୍ଦିର ବିଭିନ୍ନ ଦ୍ୱାରର ରୂପାଛାଉଣୀ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଥିଲେ। ଏହାଛଡ଼ା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ହେରିଡେଜ କରିଡୋର କାର୍ଯ୍ୟ ସମ୍ପର୍କରେ ମୁଖ୍ୟ ପ୍ରଶାସକ ତାଙ୍କୁ ଅବଗତ କରାଇଥିଲେ।

ଗତକାଲି ସନ୍ଧ୍ୟାରେ ମଧ୍ୟ ପ୍ରଧାନ ବିଚାରପତି ଶ୍ରୀମନ୍ଦିର ବନ୍ଦ ସେବା ସତ୍ତ୍ୱେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କର୍ଯ୍ୟକୁ ବୁଲି ଦେଖିଥିଲେ। ମୁଖ୍ୟ ବିଚାରପତିଙ୍କ ଆଜିର ଦର୍ଶନ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲିଧର, ପୁରୀ ଜିଲ୍ଲା ଜଜ୍, ଏଏସଆଇର ଅଧିକ୍ଷକ ଅରୁଣ କୁମାର ମଲ୍ଲିକ ଓ ଅନେକ ବରିଷ୍ଠ ସରକାରୀ ଅଧିକାରୀ ମାନେ ଦର୍ଶନରେ ସାମିଲ ଥିଲେ।

 

 

 

The post ଶ୍ରୀଜିଉଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି appeared first on Odisha Reporter.



from Odisha Reporter https://ift.tt/3EJ4nbg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages