ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୦ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୯ ଜଣ ଅଛନ୍ତି। ୫୧୦ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨୯୭ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୨୧୩ଟି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୩, ଭଦ୍ରକରୁ ୯, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୭୮, ଗଜପତିରୁ ୭, ଗଂଜାମରୁ ୧୨, ଜଗତସିଂହପୁରରୁ ୨୨, ଯାଜପୁରରୁ ୨୨, ଝାରସୁଗୁଡ଼ାରୁ ୮, କଳାହାଣ୍ଡି଼ରୁ ଜଣେ, କନ୍ଧମାଳ ୪, କେନ୍ଦ୍ରାପଡ଼ା ୭, କେନ୍ଦୁଝରୁ ଜଣେ, କୋରାପୁଟ ୩, ମାଲକାନଗିରି ୪, ମୟୂରଭଞ୍ଜ ୧୪, ନୟାଗଡ଼ରୁ ଜଣେ, ପୁରୀରୁ ୨୦, ରାୟଗଡ଼ା ୩, ସମ୍ବଲପୁର ୯, ସୁନ୍ଦରଗଡ଼ରୁ ୩ ଓ ଷ୍ଟେଟ୍ ପୁଲ୍ରୁ ୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୭୫୪କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୭ ହଜାର ୬୬ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୫,୪ ୯୪ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଗତକାଲି ସୁଦ୍ଧା ୮,୧୩୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।
The post ରାଜ୍ୟରେ ଚିହ୍ନଟ ହେଲେ ୫୧୦ ଆକ୍ରାନ୍ତ, ୭୯ କେବଳ ଛୁଆ appeared first on Odisha Reporter.
from Odisha Reporter https://ift.tt/3lEHFbN
No comments:
Post a Comment