ଡିଏଫଓଙ୍କ ସହ ସମ୍ପର୍କ କ’ଣ ? ଆଜି ସତ ଉଗାରିବେ ବିଦ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 19, 2021

ଡିଏଫଓଙ୍କ ସହ ସମ୍ପର୍କ କ’ଣ ? ଆଜି ସତ ଉଗାରିବେ ବିଦ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାମୀଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀଙ୍କ ଭୂମିକା କ’ଣ? ତାଙ୍କ ଜାଣତରେ ସବୁ ଘଟିଥିଲା, ନା ଯାହା ଘଟିଥିଲା ତାହା ଥିଲା ଆକସ୍ମିକ? ଡିଏଫଓଙ୍କ ସହ ଥିଲା କି ତାଙ୍କର ଅନୈତିକ ସମ୍ପର୍କ? ବିଦ୍ୟାଭାରତୀ କେତେ ମିଛ କହିଛନ୍ତି ଆଉ କେତେ ସତ? ଏସବୁ ଜାଣିବାକୁ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ଏଥି ନିମନ୍ତେ ବିଦ୍ୟାଭାରତୀ ଆଜି ତାଙ୍କ ବାପାଙ୍କ ସହିତ ପହଞ୍ଚିଛନ୍ତି ଭୁବନେଶ୍ୱର ସ୍ଥିତ SFSLରେ।

୨ ମାସ ପରେ ବି ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରୁ ହଟିପାରିନି ରହସ୍ୟର ପରଦା। ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ବୋହୂ ବିଦ୍ୟାଭରତୀଙ୍କର ଅନୈତିକ ସମ୍ପର୍କ ପୁଅର ମୃତ୍ୟୁର କାରଣ ବୋଲି ସୌମ୍ୟଙ୍କ ପରିବାର ଲୋକ ଆରମ୍ଭରୁ ଅଭିଯୋଗ କରି ଆସୁଛନ୍ତି। କିଛି ଦିନ ପୂର୍ବେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ପ୍ରାୟ ୩ ଘଣ୍ଟା କାଳ କରାଯାଇଥିବା ଏହି ଟେଷ୍ଟରେ ଡିଏଫଓଙ୍କୁ ୧୦୦ ପ୍ରଶ୍ନ ପ୍ରଚରା ଯାଇଥିବା ସୂଚନା ମିଳିଥିଲା।

ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଡିଏଫ୍‌ଓ ଓ ରୋଷେୟାଙ୍କୁ ପୂର୍ବତନ ପାରଳାଖେମୁଣ୍ଡି ଏସ୍‌ପି କ୍ଲିନ୍‌ଚିଟ୍‌ ଦେଇଥିଲେ। ଯାହାକୁ ସୌମ୍ୟଙ୍କ ପରିବାର ଲୋକେ ବିରୋଧ କରିଥିଲେ। ପୁଅ ହତ୍ୟାକରୀଙ୍କୁ ଗିରଫ କରାନଗଲେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଥିଲେ ତାଙ୍କ ବାପାମା’। ଏହାପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ପୁଣି ମୂଳରୁ ତଦନ୍ତ କରିଥିଲା।  ବିଦ୍ୟାଭାରତୀ ପଣ୍ଡା ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ସମେତ ବହୁ ଲୋକଙ୍କୁ ପଚରାଉଚରା କରିଥିଲା। ହେଲେ ଏ ତଦନ୍ତରୁ କ’ଣ ତଥ୍ୟ ମିଳିଛି, ତାହା ଏଯାଏ ଜଣାପଡ଼ି ନଥିବା ବେଳେ କିଛି ଦିନ ତଳେ ହଠାତ୍ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ଜଣାପଡ଼ିଥିଲା।

 

The post ଡିଏଫଓଙ୍କ ସହ ସମ୍ପର୍କ କ’ଣ ? ଆଜି ସତ ଉଗାରିବେ ବିଦ୍ୟା appeared first on Odisha Reporter.



from Odisha Reporter https://ift.tt/3hO6joW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages