ଆଖି ବୁଜିଲେ ମୁମ୍ବାଇ ଦୁଷ୍କର୍ମ ପୀଡ଼ିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 11, 2021

ଆଖି ବୁଜିଲେ ମୁମ୍ବାଇ ଦୁଷ୍କର୍ମ ପୀଡ଼ିତା

ମୁମ୍ବାଇ: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଦୁଷ୍କର୍ମ ପୀଡିତା। ମୁମ୍ବାଇ ସାକିନାକା ଅଞ୍ଚଳରେ ନିର୍ଭୟା କାଣ୍ଡର ପୂନରାବୃତ୍ତି ଘଟିଥିବା ମାମଲାରେ ପୀଡିତା ମହିଳାଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ମୁମ୍ବାଇର ରଜବାଡି ଅଞ୍ଚଳର ଘାଟକୋପର ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା।

ମୁମ୍ବାଇ ସାକିନାକାରେ ଜଣେ ୩୦ ବର୍ଷୀୟ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମ ପରେ ଦୁର୍ବୃତ୍ତ ଜଣଙ୍କ ତାଙ୍କ ଗୁପ୍ତାଙ୍ଗରେ ରଡ୍‌ ଭର୍ତ୍ତି କରି ଦେଇଥିଲେ।  ଘଟଣା ପରେ ମହିଳାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା। ସେ ଭେଣ୍ଟିଲେଟରରେ ଥିଲେ। ଶନିବାର ମୁମ୍ବାଇର ମେୟର ରାଜୱାଡି ହସ୍ପିଟାଲ ଘାଟକୋପରରେ ପହଞ୍ଚି ପୀଡିତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ସେପଟେ ପୁଲିସ ଏହି ମାମଲାର ଅଭିଯୁକ୍ତ ମୋହିତ ଚୌହାନଙ୍କୁ ପୁଲିସ ଗିରଫ କରିଛି। ହେଲେ ଘଟଣାରେ ଆଉ କିଛି ଲୋକ ସାମିଲ ଥିବା ସନ୍ଦେହ କରି ତଦନ୍ତ ଜାରି ରଖିଛି। ସକିନାକର ଖାଇରାନି ରାସ୍ତାରେ ଏହି ଘଟଣା ଘଟିଥିବାରୁ ଡିସିପି ଓ ଅତିରିକ୍ତ କମିଶନର ସେଠାକୁ ଯାଇ ଯାଞ୍ଚ କରିଛନ୍ତି।

ଅନ୍ୟପଟେ ଘଟଣା ଦିନର ପୂରା ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଅଭିଯୁକ୍ତ ର୍ମହିତ ଚୌହାନ ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ମାରପିଟ୍‌ କରିବା ସହ ଲୁହା ରଡ୍‌ରେ ଆକ୍ରମଣ କରିଥିବା କରୁଥିବା ଦେଖିବାକୁ ମିଳିଛି। ଏହାପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ କିଭଳି ଫେରାର ହୋଇଯାଇଥିଲା ତାହା ମଧ୍ୟ ସାମ୍ନାକୁ ଆସିଛି।

The post ଆଖି ବୁଜିଲେ ମୁମ୍ବାଇ ଦୁଷ୍କର୍ମ ପୀଡ଼ିତା appeared first on Odisha Reporter.



from Odisha Reporter https://ift.tt/3twsYuN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages