ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସୁନାରିସିକୁଆଁ ଗାଁରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅଭିମନ୍ୟୁ ବୈଠାରୁ।
ଅଭିଯୋଗ ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ୩୦ରେ ଅଭିମନ୍ୟୁଙ୍କ ସହ ତାଙ୍କର କିଛି ପଡ଼ୋଶୀଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ୩ରୁ୪ ଜଣ ପଡ଼ୋଶୀ ଅଭିମନ୍ୟୁଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ପିଟି ମାରି ଦେଇଥିଲେ।
ଅଭିମନ୍ୟୁଙ୍କୁ ରକ୍ଷା କରିବାକୁ ଯାଇଥିବା ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଖଡ଼ିଆଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବକୁ ଜବତ କରିଛି। ଏହା ସହିତ ଆକ୍ରମଣରେ ଗୁରୁତର ଥିବା ମହିଳାଙ୍କୁ ଡାକ୍ତରଖାନା ପଠାଇଛି।
ଅଭିଯୁକ୍ତମାନେ ଧରା ପଡ଼ି ନାହାନ୍ତି। ଖଡିଆଳ ଏସଡିପିଓ ସନ୍ତକ ଜେନା ଓ ଆଇଆଇସି କୈଳାଶ ସେଠୀ ଘଟଣାସ୍ଥଳରେ ଯାଞ୍ଚ କରିଥିବା ବେଳେ ତଦନ୍ତ ଜାରି ରହିଛି।
The post ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ହତ୍ୟା appeared first on Odisha Reporter.
from Odisha Reporter https://ift.tt/2YBKHFF
No comments:
Post a Comment