ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜେଲ୍ ଯାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଜାମିନ । ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ସର୍ତ୍ତ ରଖି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାବାଦ ଅନ୍ୟାନ୍ୟ ସର୍ତ୍ତ ରଖି ନିମ୍ନ ଅଦାଲତ ପ୍ରଶାନ୍ତଙ୍କୁ ଜାମିନରେ ଛାଡ଼ିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ବନ୍ଧା ହୋଇଥିଲେ ପ୍ରଶାନ୍ତ । ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଜାମିନ ଆବେଦନ ଖାରଜ କରି ଦେବାରୁ ପୁଲିସ୍ ତାଙ୍କୁ ନିଜ ହେପାଜତକୁ ନେଇଥିଲା। ହେଲେ ଜାମିନ ନାମଞ୍ଜୁର ହେବା ପରଠୁ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।
ହେଲେ ପ୍ରଶାନ୍ତ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ଆଣିଥିଲେ ବିଜେପିର ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ବିଭୂ ପ୍ରସାଦ ତରାଇ । ଏଥିସହ ସେ ଅଭିଯୋଗ କରିଥିଲଷ, ଚିଲିକା ବିଧାୟକ ଜଣେ ଅଭ୍ୟାସଗତ ଅପରାଧୀ। ସେ ଆଇନକୁ ଫାଙ୍କିବା ପାଇଁ ଓ ଜେଲ ନ ଯିବା ପାଇଁ ଚିକିତ୍ସା ନାଁରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ରହୁଛନ୍ତି। ଗୃହ ବିଭାଗ ତାଙ୍କୁ ଗିରଫ କଲା ନାହିଁ। ଅପରପକ୍ଷରେ ଶାସକ ଦଳ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ପ୍ରଶାନ୍ତ ଜଗଦେବଙ୍କୁ ଜେଲକୁ ନ ପଠାଇବା ପାଇଁ ଷଡ଼ଯନ୍ତ୍ର କରୁଛି। ସରକାର ପ୍ରଶାନ୍ତ ଜଗଦେବଙ୍କୁ ନିଜ ଦଳରୁ ନିଲମ୍ବିତ କଲେ ମଧ୍ୟ ପରୋକ୍ଷରେ ସାହାଯ୍ୟ କରୁଛନ୍ତି। ହେଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏହାକୁ ଖଣ୍ଡନ କରିଥିଲେ।
The post ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ appeared first on Odisha Reporter.
from Odisha Reporter https://ift.tt/3DSqr22
No comments:
Post a Comment