କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ଦୀପାବଳି ଭେଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 21, 2021

କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ଦୀପାବଳି ଭେଟି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିପାରେ ଖୁସିଖବର। ମିଳିପାରେ ଦୀପାବଳି ଭେଟି। ସରକାର ମହଙ୍ଗା ଭତ୍ତା ତଥା ‘ଡିଏ’ରେ ବୃଦ୍ଧି କରିପାରନ୍ତି। କ୍ୟାବିନେଟରେ ଆଜି ଡିଏ’ ବୃଦ୍ଧିକୁ ନେଇ ଏକ ପ୍ରସ୍ତାବ ଉପରେ ଆଲୋଚନା ହେବ।

ଏକ ସୂତ୍ରରୁ ପ୍ରକାଶ ଯେ, ଦେଶର ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଆଜି ଦୀପାବଳି ପୂର୍ବରୁ ଏକ ଖୁସି ଖବର ପାଇପାରିବେ। କେନ୍ଦ୍ର କ୍ୟାବିନେଟ୍ ଆଜି ସେମାନଙ୍କର ମହଙ୍ଗା ଭତ୍ତା ୩% ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିପାରନ୍ତି।

ଏହାଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହୋଇପାରିବେ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇରେ ସରକାର ମହଙ୍ଗା ଭତ୍ତା (DA) କୁ ୧୧ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏହାପୂର୍ବରୁ ଡିଏକୁ ୧୭ ପ୍ରତିଶତ ହାରରେ ଦିଆଯାଉଥିଲା।

DA ରେ ଆହୁରି ଯଦି ୩ ପ୍ରତିଶତ ବୃଦ୍ଧି ହୁଏ ତେବେ ମହଙ୍ଗା ଭତ୍ତା (DA) ୩୧ ପ୍ରତିଶତ ହେବ। ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଏହାର ପ୍ରତ୍ୟକ୍ଷ ଲାଭ ପାଇବେ। କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କର ବେସିକ୍‌ ପେ’ର ୩୧ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ।

ମହଙ୍ଗା ଭତ୍ତା ବୃଦ୍ଧି ହେବା ସହିତ ଅନ୍ୟାନ୍ୟ ଭତ୍ତା ମଧ୍ୟ ବୃଦ୍ଧି ପାଇବ। ଏଥିରେ ଟିଏ ଏବଂ ସିଏ ମଧ୍ୟ ସାମିଲ ଅଛି। ଏଥି ସହିତ ଅବସର ପାଇଁ ପ୍ରୋଭିଡେଣ୍ଟ ପଣ୍ଡ ଏବଂ ଗ୍ରାଚ୍ୟୁଟିରେ ବୃଦ୍ଧି ହେବ।

ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫରେ ବର୍ଷକୁ ଦୁଇଥର ଜାନୁଆରୀ ଏବଂ ଜୁଲାଇରେ ସଂଶୋଧିତ ହୁଏ। କିନ୍ତୁ କରୋନା ଯୋଗୁଁ ଗତ ତିନୋଟି କିସ୍ତିରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେଣୁ ସରକାର ଜୁଲାଇ ମାସରେ ଏହି ହାରକୁ ୧୧% ବୃଦ୍ଧି କରିଥିଲେ।

The post କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ଦୀପାବଳି ଭେଟି appeared first on Odisha Reporter.



from Odisha Reporter https://ift.tt/3pnz0Od

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages