ୱାଶିଂଟନ: ବୟସ ବର୍ଷେ। କିନ୍ତୁ ରୋଜଗାର କୌଣସି ବୟସ୍କଙ୍କଠାରୁ କମ୍ ନୁହେଁ। ବର୍ଷକର ଛୁଆ ଅର୍ଜୁଛି ମାସକୁ ହଜାର ହଜାର ଟଙ୍କା। ବଡ ବଡ ଚାକିରିଆଙ୍କୁ ମାତ ଦେଉଛି। ମାସିକ ୭୫ ଜହାର ଟଙ୍କା ରୋଜଗାର କରି ସମସ୍ତଙ୍କୁ ଚକିତ କରିଛି ବର୍ଷକର ଛୁଆ।
ଆମେରିକାର ଜଣେ ବର୍ଷକର କୁନି ଛୁଆ ପ୍ରତି ମାସରେ ୭୫ ହଜାର ଟଙ୍କା ରୋଜଗାର କରୁଛି। ‘ବେବି ବ୍ରିଗ୍ସ’ ନାମରେ ପରିଚିତ ଏହି ଛୁଆ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି କୁନି ଛୁଆକୁ ଭୁରିଭୁରି ପ୍ରଶଂସା ମଧ୍ୟ କରୁଛନ୍ତି।
ବେବି ବିଗ୍ସ ହେଉଛି ଏବେକାର ସବୁଠୁ କନିଷ୍ଠ ଭ୍ରମଣକାରୀ। ସେ ଆମେରିକାରୁ ଅନ୍ୟ ସହରକୁ ଯାତ୍ରା କରେ। ନିଜ ମା’ ସହ ସାରା ବିଶ୍ୱ ଭ୍ରମଣ କରି ମାସରେ ପ୍ରାୟ ଏକ ହଜାର ଡଲାର ଅର୍ଥାତ ୭୫ ହଜାର ଟଙ୍କା ରୋଜଗାର କରେ।
ଡେଲି ମେଲର ଖବର ଅନୁଯାୟୀ ଶିଶୁର ନାମ ବ୍ରିଗ୍ସ। ମାତ୍ର ଗୋଟିଏ ବର୍ଷ ବୟସରେ ସେ ଏପର୍ଯ୍ୟନ୍ତ ୪୫ ଟି ବିମାନରେ ଯାତ୍ରା କରିସାରିଲାଣି। ଆଲାସ୍କା, କାଲିଫର୍ନିଆ, ଫ୍ଲୋରିଡା, ଉଟାହ, ଆଇଡାହୋ ସମେତ ଆମେରିକାର ୧୬ଟି ରାଜ୍ୟ ଭ୍ରମଣ କରିସାରିଲାଣି ଏହି କୁନି ଛୁଆ।
ବ୍ରିଗ୍ସଙ୍କ ମା’ ଜେସ୍ କହିଛନ୍ତି ଯେ, ସେ ଗତ ବର୍ଷ ଅକ୍ଟୋବର ୧୪ରେ ଜନ୍ମ ହୋଇଥିଲେ ଏବଂ ଜନ୍ମର ମାତ୍ର ତିନି ସପ୍ତାହ ମଧ୍ୟରେ ସେ ତା’ର ପ୍ରଥମ ଯାତ୍ରା କରିଥିଲା। ସେ ଆଲାସ୍କା ଯାଇ ଭାଲୁ ଦେଖିଛି। ୟେଲୋଷ୍ଟୋନ ଜାତୀୟ ଉଦ୍ୟାନରେ ଗଧିଆ ଏବଂ ଉଟାହୋର ଡେଲିକେଟ୍ ଆର୍କ ଓ କାଲିଫର୍ଣ୍ଣିଆରେ ସମୁଦ୍ରର ମଜା ନେଇସାରିଲାଣି।
ବ୍ରିଗ୍ସ ଏବେ ସୋଶାଲ ମିଡିଆର ଭାଇରାଲ ବେବି। ବ୍ରିଗ୍ସଙ୍କ ଇନ୍ଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୩୦ ହଜାରରୁ ଅଧିକ। ତାଙ୍କ ମା ଜେସ୍ ପୂର୍ବରୁ ‘ପାର୍ଟ ଟାଇମ୍ ଟୁରିଷ୍ଟ’ ନାମକ ଏକ ବ୍ଲଗ୍ ଚଳାନ୍ତି। ତାଙ୍କୁ ସମସ୍ତ ଯାତ୍ରା ପାଇଁ ଟଙ୍କା ମିଳେ ଏବଂ ସେ ଟ୍ରାଭେଲିଂକୁ ନେଇ ରିଭ୍ୟୁ ଲେଖିବା କାମ କରନ୍ତି।
ବ୍ରିଗ୍ସଙ୍କ ମା’ଙ୍କ ମୁତାବକ, ‘୨୦୨୦ରେ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ ସେତେବେଳେ ସେ ବହୁତ ନର୍ଭସ ଥିଲେ। ସେ ଭାବିଲେ ଯେ ବର୍ତ୍ତମାନ ତାଙ୍କ କ୍ୟାରିୟର ସମାପ୍ତ ହୋଇଯିବ। କିନ୍ତୁ ବ୍ରିଗ୍ସଙ୍କୁ ଜନ୍ମ ଦେବା ପରେ ସେ ନିଜ କ୍ୟାରିଅରକୁ ଏକ ନୂତନ ଉଚ୍ଚତାକୁ ନେଇଗଲେ।
ଏକ ନୂଆ ବ୍ଲକ ତିଆରି କରି ମୁଁ ମୋର ପିଲାମାନଙ୍କ ସହିତ ଭ୍ରମଣ କରେ ଏବଂ ଏଠାରେ ସେମାନଙ୍କର ଅନୁଭୂତି ବାଣ୍ଟିଥାଏ, ଏହା ଅନେକ ପିତାମାତାଙ୍କୁ ସାହାଯ୍ୟ କରେ ଯେଉଁମାନେ ପିଲାମାନଙ୍କ ସହିତ ଭ୍ରମଣ କରିବାକୁ ଚାହାଁନ୍ତି ବୋଲି ସେ କହିଛନ୍ତି।’ ଜେସ୍ କହିଛନ୍ତି ଯେ, କରୋନା ପରେ ଆମେ ସମସ୍ତ ପ୍ରୋଟୋକଲକୁ ପାଳନ କରି ଯାତ୍ରା କରୁଛୁ। ଆମର ଲକ୍ଷ୍ୟ ହେଉଛି ନୂତନ ସ୍ଥାନ ଆବିଷ୍କାର କରିବା।
View this post on Instagram
View this post on Instagram
The post ବୟସ ବର୍ଷେ, କିନ୍ତୁ ମାସିକ ରୋଜଗାର ୭୫,୦୦୦ appeared first on Odisha Reporter.
from Odisha Reporter https://ift.tt/3EgM0JZ
No comments:
Post a Comment