ରାୟପୁର: ଛତିଶଗଡ ରାୟପୁର ରେଲୱେ ଷ୍ଟେସନରେ ଆଜି ସକାଳୁ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ସିଆର୍ପିଏଫ୍ର ୪ ଯବାନ ଆହତ ହୋଇଛନ୍ତି। ସିଆର୍ପିଏଫ୍ ଯବାନଙ୍କୁ ନେଇ ଯିବାକୁ ଥିବା ଏକ ଟ୍ରେନ୍ର ବଗିରେ ଏହି ବିସ୍ଫୋରଣ ହୋଇଛି।
ସୂଚନା ଅନୁସାରେ ରେଲୱେ ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରେ ବିସ୍ଫୋରକ ସାମଗ୍ରୀକୁ ଗୋଟିଏ ବଗିରୁ ଅନ୍ୟ ବଗିକୁ ସ୍ଥାନାନ୍ତର କରିବା ସମୟରେ ଏହି ବିସ୍ଫୋରଣ ଘଟିଛି। ଆହତ ଯବାନମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସିଆର୍ପିଏଫ୍ର ଜଣେ ବିରଷ୍ଠ ଅଧିକାରୀ ପହଞ୍ଚିଛନ୍ତି ଯାଂଚ କରୁଛନ୍ତି। ବିସ୍ଫୋରଣ ପରେ ଷ୍ଟେସନ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଶନିବାର ଦିନ ରାୟପୁର ରେଳ ଷ୍ଟେସନରେ ଥିବା CRPF ସ୍ୱତନ୍ତ୍ର ଟ୍ରେନରେ ଏକ ଇଗ୍ନିଟର ସେଟ୍ ଥିବା ବାକ୍ସ ତଳେ ପଡ଼ିଯିବା ପରେ ଏହି ବିସ୍ଫୋରଣ ଘଟିଥିବା ପୁଲିସ କହିଛି। ଏଜେନ୍ସି ଅନୁଯାୟୀ, ସକାଳ ୬.୩୦ ସମୟରେ ଝାରସୁଗୁଡା ଜାମ୍ମୁ ତାୱି ଟ୍ରେନ୍ ପ୍ଲାଟଫର୍ମରେ ଠିଆ ହୋଇଥିବା ବେଳେ ଏହି ଘଟଣା ଘଟିଥିଲା। ଜଣେ ଆହତ ସିଆର୍ପିଏଫ୍ ଯବାନ ଓ ହେଡ କନଷ୍ଟେବଳଙ୍କୁ ରାୟପୁରର ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Chhattisgarh | Four CRPF personnel injured in an explosion caused after a box containing igniter set fell on the floor in a CRPF Special Train at Raipur railway station, says Raipur Police
— ANI (@ANI) October 16, 2021
The post ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ, ୪ ଯବାନ ଆହତ appeared first on Odisha Reporter.
from Odisha Reporter https://ift.tt/3BNrOyv
No comments:
Post a Comment