ରାହୁଲ ହେବେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 15, 2021

ରାହୁଲ ହେବେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍ ହୋଇପାରନ୍ତି ରାହୁଲ ଦ୍ରାବିଡ୍। ହେଡ୍ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି ରାହୁଲ। ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଦ୍ରାବିଡ୍ କୋଚ୍ ଭାବେ ଦାୟିତ୍ୱ ନେବା ସମ୍ଭାବନା ରହିଛି। ଏନେଇ ଖରବ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ସୂଚନା ମିଳିଛି। ରାହୁଲ ଦ୍ରାବିଡ୍ ମଧ୍ୟ କୋଚ୍ ହେବା ନେଇ ସହମତି ଜଣାଇଥିବା ସୂଚନା ମିଳିଛି।

ଗତକାଲି ସୌରଭ ଗାଙ୍ଗୁଲି ଓ ଜୟ ଶାହାଙ୍କ ସହ ଦ୍ରାବିଡଙ୍କ ବୈଠକ ହୋଇଥିଲା। ବୈଠକ ପରେ ଦ୍ରାବିଡ୍ ମୁଖ୍ୟ କୋଚ୍ ପଦ ସମ୍ଭାଳିବା ନେଇ ସହମତି ଜଣାଇଥିବା ସୂଚନା ରହିଛି। ଟି-20 ବିଶ୍ୱକପ ପରେ ସେ ଦାୟିତ୍ୱ ନେବେ।  ସେ ଏହି ଦାୟିତ୍ୱକୁ ଦୁଇ ବର୍ଷ ପରିଚାଳନା କରିବେ।

କୁହାଯାଉଛି ଯେ ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି-20 ବିଶ୍ୱକପ ପରେ ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେବେ। ଏଥି ସହିତ ପରାସ ମହମ୍ବ୍ରେଙ୍କୁ ବୋଲିଂ କୋଚ୍ କରିବାର ସମ୍ଭାବନା ରହିଛି।

ନ୍ୟୁଜ୍ ଏଜେନ୍ସି ANI ଏକ ସୂତ୍ରରୁ ପ୍ରକାଶ ଯେ, ‘ବିକ୍ରମ ରାଠୋର ବ୍ୟାଟିଂ କେଚ୍‌ ଭାବରେ କାର୍ଯ୍ୟ କରୁଥିବାବେଳେ ଅନ୍ୟ ପଦବୀକୁ ନେଇ ପରବର୍ତ୍ତୀ ସମୟରେ ବିଚାର କରାଯିବ। ଯୁବ ଖେଳାଳିଙ୍କ ଆଗମନ ସହିତ ଭାରତୀୟ ଦଳ ଏକ ପରିବର୍ତ୍ତନର ସମୟ ଦେଇ ଗତି କରୁଛି। ସମସ୍ତେ ଦ୍ରାବିଡଙ୍କ ସହ କାମ କରିଛନ୍ତି। ଏହା ଦ୍ୱାରା ଭାରତୀୟ କ୍ରିକେଟ୍ ପିଚରେ ବିଶ୍ୱ ଚାମ୍ପିଅନ୍ ହେବା ପଥରେ ଏହା ବେଶ୍‌ ସହଜ ହେବ।

The post ରାହୁଲ ହେବେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌! appeared first on Odisha Reporter.



from Odisha Reporter https://ift.tt/3lNGojC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages