ଚର୍ଚ୍ଚ ଭିତରେ ଛୁରାମାଡ଼, ବ୍ରିଟିଶ ସାଂସଦଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 15, 2021

ଚର୍ଚ୍ଚ ଭିତରେ ଛୁରାମାଡ଼, ବ୍ରିଟିଶ ସାଂସଦଙ୍କୁ ହତ୍ୟା

ଲଣ୍ଡନ: ଚର୍ଚ୍ଚ ଭିତରେ ଛୁରାମାଡ। ସମସ୍ତଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ର ସାଂସଦ ଡେଭିଡ୍‌ ଆମେସ୍‌ ଛୁରୀ ଭୁସି ହତ୍ୟା କରାଯାଇଛି। ତାଙ୍କ ନିର୍ବାତନୀ ଜିଲ୍ଲାରେ ଭୋଟର୍‌ମାନଙ୍କୁ ଭେଟୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି।

ଶୁକ୍ରବାର ମଧ୍ୟାହ୍ନ ସମୟରେ ଡେଭିଡ୍‌ ଆମେସ୍‌ଙ୍କ ନିର୍ବାଚନୀ କ୍ଷେତ୍ର ଏସେକ୍ସରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଛି।  ଡେଭଡିଙ୍କୁ ଦୁର୍ବୃତ୍ତ ସମସ୍ତଙ୍କ ସାମ୍ନାରେ ବାରମ୍ବାର ଝୁରାମାଡ କରିଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ଆକ୍ରମଣ ପରେ ପୁଲିସ ସଙ୍ଗେ ସଙ୍ଗେ ଚର୍ଚ୍ଚ ଉପରେ ଚଢ଼ାଉ କରି ୨୫ ବର୍ଷୀୟ ଆକ୍ରମଣକାରୀକୁ ଗିରଫ କରିଥିଲା। ଏଥିରେ ହତ୍ୟାରେ ବ୍ୟବହୃତ ଝୁରୀକୁ ମଧ୍ୟ ପୁଲିସ ଜବତ କରିଥିଲା। ସେପଟେ ଏହି ଘଟଣା ସହ ଆତଙ୍କବାଦୀମାନଙ୍କ ସମ୍ପୃକ୍ତି ରହିଛି କି, ନାହିଁ ସେ ନେଇ ପୁଲିସ ତଦନ୍ତ କରୁଛି।

ପ୍ରତି ମାସର ପ୍ରଥମ ଓ ତୃତୀୟ ଶୁକ୍ରବାର ଦିନ ଡେଭିଡ୍‌ ନିୟମିତ ଭାବେ ଭୋଟର୍‌ମାନଙ୍କ ସହ ଆଲୋଚନା କରୁଥିଲେ। ଆମେସ୍‌ ୧୯୮୩ରେ ପ୍ରଥମେ ବେସିଲ୍‌ଡନ୍‌ରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୭ରେ ସେ ସାଉଥ୍‌ଏଣ୍ଡ୍‌ ୱେଷ୍ଟରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ।

The post ଚର୍ଚ୍ଚ ଭିତରେ ଛୁରାମାଡ଼, ବ୍ରିଟିଶ ସାଂସଦଙ୍କୁ ହତ୍ୟା appeared first on Odisha Reporter.



from Odisha Reporter https://ift.tt/30wVeTH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages