ଜଳେଶ୍ୱର(ଅଜିତ ଦାସ): ଦିପାବଳୀ ପାଇଁ ରାଜଧାନୀରେ ବିକ୍ରି ହେବା ପାଇଁ ପଶ୍ଚିମବଙ୍ଗରରୁ ଆସିଥିଲା। ହେଲେ ଜଳେଶ୍ୱରରେ ଡିଲ୍ ଚାଲିଥିବା ବେଳେ ଧରା ପଡ଼ିଲା ଅଢେଇ କୋଟି ମୂଲ୍ୟର ବ୍ରାଉନସୁଗର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଝାଡେଶ୍ୱରପୁରରୁ ୨ କିଲୋ ୪୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ହୋଟେଲ ମାଲିକଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇଜଣଙ୍କୁ ଅଟକ ରଖାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ମୁକ୍ତାଅଲ୍ଲୀ ଖାନ, ତାଙ୍କ ସ୍ତ୍ରୀ ଓ ଶାଶୁ। ଦୁଇ ଜଣ ଚାକରାଣୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ମୁକ୍ତାଅଲ୍ଲୀ ଖାନ୍ ଭୁବନେଶ୍ୱରର ଜଣେ ବେପାରୀଙ୍କ ସହ ଧଳା ଜହର ବିକ୍ରି ପାଇଁ ନିଜ ହୋଟେଲ ଆଗରେ ଡିଲ୍ ଚାଲିଥିଲା । ଅବକାରୀ ବିଭାଗ ଓ ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ଉ କରିଥିଲା। ଏହି ସମୟରେ ଭୁବନେଶ୍ୱରରୁ ଆସିଥିବା ବ୍ରାଉନ ସୁଗର ବେପାରୀ ପୁଲିସକୁ ଚକମା ଦେଇ ଖସି ପଳାଇଥିଲା।
ପୁଲିସ ମୁକ୍ତାଅଲ୍ଲୀ ଖାନକୁ ଧରି ତାଙ୍କ ଘରେ ବିଳମ୍ବିତ ରାତିରେ ଚଢ଼ଉ କରିଥିଲା। ତାଙ୍କ ଘରୁ ୨ କିଲୋ ୪୦୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ। ଏହି ଘଟଣାରେ ତାଙ୍କ ସ୍ତ୍ରୀ, ଶାଶୁ ଓ ଘରେ ଦୁଇ ଚାକାରାଣୀଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ପରେ ମୁକ୍ତାଅଲ୍ଲୀ ଖାନ୍ ସମେତ ସ୍ତ୍ରୀ, ଶାଶୁକୁ ପୁଲିସ ଗିରଫ କରିଥିବା ଜଣାଯାଇଛି।
The post ଝିଅ, ଜ୍ୱାଇଁ ସହ ମିଶି ଶାଶୁ କରୁଥିଲେ ଏପରି ବେପାର, ଧରା ପଡ଼ିଗଲେ appeared first on Odisha Reporter.
from Odisha Reporter https://ift.tt/3n48d72
No comments:
Post a Comment